Thursday, November 19, 2026
ADVERTISEMENT
Home ଆଞ୍ଚଳିକ କଟକଣା ହୋଇଛି ବାଟବଣା, ସ୍ଥିତି ପୂର୍ବାବସ୍ଥାକୁ ଫେରୁଛି

କଟକଣା ହୋଇଛି ବାଟବଣା, ସ୍ଥିତି ପୂର୍ବାବସ୍ଥାକୁ ଫେରୁଛି

302
ADVERTISEMENT


ହିଞ୍ଜିଳିକାଟୁ ୨୭।୫(ଶେଷଦେବ ସାହୁ): କରୋନା ମହାମାରୀକୁ ରୋକିବା ନିମନ୍ତେ ସାରା ଭାରତରେ ଲାଗୁ ହୋଇଥିଲା ଲକଡ଼ାଉନ ତାପରେ ଆରମ୍ଭ ହେଲା ସଟ୍ଡ଼ାଉନ ଏ ଭିତରେ ପୁଣି ଜନତା କଫ୍ଯୁ ଏସବୁ ଆଗରୁ ହିଞ୍ଜିଳିକାଟୁ ଅଞ୍ଚଳରେ ଲାଗୁ ହୋଇଥିଲା ଧାରା ୧୪୪ ଏସବୁର ମୁଖ୍ୟ ଉର୍ଦ୍ଦେଶ ଥିଲା ଅଞ୍ଚଳରେ କରୋନା ଭୂତାଣକୁ ପୁରାଇନଦେବା । ଏଥି ନିମନ୍ତେ କରୋନା କୁ ନେଇ ଲକ ଡ଼ାଉନ ସମୟରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ କରୋନାର ଅଜଣା ଭୟ ଯୋଗୁଁ ଲୋକମାନେ ଭୟରେ ଘରୁ କମ୍ ମାତ୍ରାରେ ବାହାରକୁ ବାହାରିବା ଦେଖାଯାଉଥିଲା । କିନ୍ତୁ ଲକଡ଼ାଉନ ୧,୨,୩ ପରେ ୪ ସରିବାକୁ ଆସିଲାଣି ଦିନେ ଯେଉଁ ଗଞ୍ଜାମ ଜିଲା ଗ୍ରୀନ ଜୋନ୍‌ ଥିଲା ବୋଲି ଆମେ ସମସ୍ତେ ସନ୍ତୋଷ ପ୍ରକାଶ କରୁଥିଲେ କାରଣ ଥିଲା ରାଜ୍ୟରେ ଜିଲ୍ଲା ହିସାବରେ ପ୍ରଥମେ ଆରମ୍ଭ କରାଯାଇଥିଲା ଧାରା ୧୪୪ ହେଉ କି ମାସ୍କ ବାଧ୍ୟତା ମୂଳକ ଅଥବା ହେଉ ରାସ୍ତାରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ଏସବୁ ନିୟମକୁ ଆମେ ଜିଲାରେ ପ୍ରଥମେ ଲାଗୁ କରାଯାଇଥିଲା ଓ ଏହି ସବୁ ନିୟମକୁ ଉଳଘଂନ କଲେ ଜୋରିମାନା ଆଦାୟ ମଧ୍ୟ କରାଯାଉଥିଲା ଓ ସେଥିପାଇଁ ଅରେଞ୍ଜ ଜୋନ୍‌ ଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୁର୍ଣ୍ଣ ଓଲଟା ଦେଖିବାକୁ ମିଳିଛି । ରାଜ୍ୟର ସର୍ବାଧିକ କରୋନା ରୋଗୀ ବର୍ତ୍ତମାନ ଗଞ୍ଜାମ ଅଞ୍ଚଳର ଯଦିଓ ସରକାରୀ ରିପୋର୍ଟ ଅନୁଯାୟୀ ସମସ୍ତ ପୋଜିଟିଭ ସଙ୍ଗରୋଧ କେନ୍ଦ୍ରର ତଥାପି ମଝିରେ ମଝିରେ ଜିଲ୍ଲାର କେତେକ ଅଞ୍ଚଳରକୁ ସିଲ କରିବା ପରେ ମନରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ ଥିଲା କିନ୍ତୁ ଚତୁର୍ଥ ପର୍ଯ୍ୟାୟରେ ଲୋକମାନେ ଆଉ କୌଣସି ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । କଟକଣା ବର୍ତ୍ତମାନ ଧୀରେ ଧୀରେ ବାଟବଣା ହେଉଥିବା ଦେଖିବାକୁ ମିଳୁଛି । କେବଳ ଚା ଦୋକାନ ,ସେଲୁନକୁ ଛାଡ଼ିଦେଲେ ବଳକା ଦୈନିକ ପରିବା ବଜାର ଠାରୁ ଆରମ୍ଭ କରି ମାଛ, ମାଂସ, ଅଣ୍ଡା, ଫଳ ଦୋକାନ, ଲୁଗା ଦୋକନ , ଷ୍ଟେସନାରୀ ଦୋକାନ ମଲ୍ ସହ ଅନ୍ୟାନ୍ୟ ବହୁ ଦୋକାନ ଖୋଲିବା ପରେ ଲୋକେ ପୂର୍ବଭଳି ଗହଳି ଚହଳି ଆରମ୍ଭ ହୋଇଗଲାଣି । ବହୁ ଦୋକାନରେ ଲୋକଙ୍କ ସଚେତନ ନିମନ୍ତେ ଡ଼ାକବାଜି ଯନ୍ତ୍ର ସହାୟତାରେ ସଚେତନ କରାଯିବା ସହ ରାସ୍ତା ଘାଟ ଓ ବିଭିନ୍ନଘରର ପାର୍ଶ୍ଵ କାନ୍ଥରେ ଚିତ୍ର ଅଙ୍କା ଯାଇଥିଲେ ମଧ୍ୟ ଲୋକେ ତାହାକୁ ପାଳନ କରୁନାହାନ୍ତି । ଯଦ୍ୱାରା ଅଚଂଳରେ ପ୍ରାୟ ଲୋକ ମାସ୍କ ପିନ୍ଧିବାକୁ ଉଚିତ ମନେ କରୁଥିଲେ ମଧ୍ୟ ସାମାଜିକ ଦୂରତା ଉପରେ ଫୋକସ ଦେଉନଥିବା ଦେଖିବାକୁ ମିଳୁଛି । ଯଦିଓ ପୌର ପ୍ରଶାସନ ତରଫରୁ ଏହାକୁ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ତେବେ ସାମାଜିକ ଦୂରତ୍ୱ ନିୟମ ପାଳନକୁ କଡ଼ା କଡ଼ି କରିବାରେ ପୌରପ୍ରଶାସନ ୧୦୦ ଶତକଡ଼ା ସଫଳତା ହାସଲ କରିପାରିନାହିଁ । ତେବେ ଆଗାମୀ ଦିନରେ ନିଜେ ନିଜର ଦାୟିତ୍ୱ ନେଇ କରୋନା ସହିତ ଲଢିବାକୁ ପଡ଼ିବ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

Advertisement