Thursday, November 19, 2026
ADVERTISEMENT
Home ଆଞ୍ଚଳିକ ସାପ କାମୁଡ଼ାରେ ନାବାଳିକା ମୃତ

ସାପ କାମୁଡ଼ାରେ ନାବାଳିକା ମୃତ

223
ADVERTISEMENT

ହିଞ୍ଜିଳିକାଟୁ, ୨୭।୫ (ଶେଷଦେବ ସାହୁ): ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ବିଜୟ ନାହାକଙ୍କ କନ୍ୟା ବର୍ଷା (୧୫) । ପ୍ରକାଶ ଯେ, ନାବାଳିକା ଜଣକ ଘରେ ଶେ।ଇଥିବା ବେଳେ ଏକ ବିଷଧର ସାପ ଆସି ବର୍ଷାର ଗୋଡ଼କୁ କାମୁଡ଼ି ଦେଇଥିଲା । ବର୍ଷାର ଚିକ୍ରାର ଶୁଣି ପରିବାର ସଦସ୍ୟ ସାପ କାମୁଡ଼ି ଥିବା ଜାଣିପାରି ଝାଡ଼ଫୁଙ୍କ କରିବା ସକାଶେ ଗ୍ରାମର ଜଣେ ବୈଦ୍ୟଙ୍କ ନିକଟକୁ ନେଇଥିଲେ । କୌଣସି ପ୍ରକାର ସୁଫଳ ନମିଳିବାରୁ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ବର୍ଷାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ସ୍ଥାନୀୟ ଡ଼ାକ୍ତରଖାନାରେ ପଂହଚି ଶବକୁ ଜବତ କରି ବ୍ୟେବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୦/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

Advertisement