ବ୍ରହ୍ମପୁର,୧୯/୫ (ଇ.ରଞ୍ଜନ):ବେଆଇନ ମଦ ବିକ୍ରିକୁ କେନ୍ଦ୍ର କରି ସଦର ଥାନା ଅଧିନସ୍ଥ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଏପ୍ରିଲ ୧୨ ତାରିଖ ରାତିରେ ମଦ ଚଢଉ କରିବା ସମୟରେ କାର୍ଯ୍ୟରତ ଥିବା ନିମଖଣ୍ଡି ଫାଣ୍ଡି ଅଧିକାରୀ ଓ ଜଣେ ଗୃହରଖିଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା lଏହି ଘଟଣାରେ ଆହାତ ଫାଣ୍ଡି ଅଧିକାରୀ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଆକ୍ରମଣ କରିଥିବା ୩୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ସଦର ଥାନାରେ ୧୧୨/୨୦ ମାମଲା ରୁଜୁ କରାଯାଇଥିଲା l ଉକ୍ତ ଘଟଣା ପରେ ପୋଲିସ ଚଢ଼ଉ କରି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିଲା l କିନ୍ତୁ ପରବର୍ତ୍ତୀ ସମୟରେ ଚଢ଼ଉ କରି ପୁଣି ୮ ଜଣଙ୍କୁ ଗିରଫ କରିଥିଲା ସଦର ପୋଲିସ lଏହି ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିଲେ lଏହି ଘଟଣା ପରେ ଆକ୍ରମଣକାରୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିଲା l କିନ୍ତୁ ସୋମବାର ସନ୍ଧ୍ୟାରେ ପୁଣି ଉକ୍ତ ଗ୍ରାମରେ ସଦର ଏବଂ ନିମଖଣ୍ଡି ଫାଣ୍ଡି ପୋଲିସ ଚଢ଼ଉ କରିବା ସହ ୫ ଜଣକୁ ଥାନାକୁ ଆଣି ଅଟକ ରଖିଥିବା ନେଇ ଅତିରିକ୍ତ ଥାନା ଅଧିକାରୀ ବିଶ୍ୱନାଥ ଜାଲିଙ୍କ ଠାରୁ ସୂଚନା ମିଳିଛି l ବର୍ତ୍ତମାନ ସୁଦ୍ଧା ସଦର ଥାନା ଇଲାକାରେ ବିଭିନ୍ନ ସ୍ଥାନରେ ଚୋରାରେ ମଦ ଏବଂ ନକଲି ଗୁଟକା ପ୍ରସ୍ତୁତି ହୋଇ ଚଢା ଦରରେ ବିକ୍ରି ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗର କାର୍ଯ୍ୟ ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚକ ସୃଷ୍ଟି ହୋଇଛି lଅନ୍ୟପକ୍ଷେ ଅଭିଯୋଗ ଅନୁଯାୟୀ ପୋଲିସକୁ ୪ ଜଣ ବ୍ୟକ୍ତି ହିଁ ଆକ୍ରମଣ କରିଛନ୍ତି ଏବଂ ପୋଲିସ ଜାଣିଶୁଣି ଗ୍ରାମବାସୀଙ୍କ ନାରେ ମିଥ୍ୟା ମାମଲା କରି ଗିରଫ କରି ଗ୍ରାମବାସୀଙ୍କୁ ନାନା ହଇରାଣ ହରକତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିରେ ଅନ୍ୟ ଅଭିଯୋଗ ମଧ୍ୟ ଛନ୍ଦି ହୋଇରହିଛି ସରକାର ସରପଞ୍ଚ ମାନଂକୁ ଜିଲ୍ଲାପାଳ କ୍ଷମତା ଦେଇଥିବା ବେଳେ ଜନପ୍ରତିନିଧି ହୋଇ ଜାତିପ୍ରଥାକୁ ନେଇ ହରିଜନ ବାସିନ୍ଦାଙ୍କୁ ବାଧିଲା ପରି ଆଚରଣ କରୁଥିବା ଅଞ୍ଚଳ ବାସି ଅଭିଯୋଗ କରିଛନ୍ତି l ଏଥିରେ ପ୍ରାୟ ୨୫୦ ଗ୍ରାମବାସୀ ଚାଲିଚାଲି ସଦରଥାନା ଘେରାଉ କରିବାକୁ ଆସୁଥିବା ଖବର ପାଇ ପୋଲିସ ଗ୍ରାମବାସୀ ପାଖରେ ମୁଣ୍ଡ ନୁଆଇ ସ୍ଥାନୀୟ ଚେୟାରମେନଙ୍କୁ ମଧ୍ୟସ୍ଥ କରି ଅଟକ ୫ ମଧ୍ୟରୁ ୪ ଜଣଙ୍କୁ ଛାଡିଦେଇଥିଲା।ପୋଲିସ ଗ୍ରାମବାସୀଙ୍କୁ ଯୋଗିଆପଲ୍ଲୀ ଠାରେ ଅଟକାଇ ଦେଇଥିଲା ।ମଗଂଳବାର ସମସ୍ତଙ୍କ ଉପସ୍ଥିତିରେ ଗ୍ରାମରେ ବୈଠକ କରାଯାଇ ଏହାର ସମାଧାନ କରାଯିବ ବୋଲି ଚେୟାରମେନ ପ୍ରତିସୃତି ଦେବାରୁ ଗ୍ରାମବାସୀ ଫେରିଯାଇଥିଲେ।
ଫାଣ୍ଡି ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଜଣେ ଅଟକ
ଗ୍ରାମବାସୀ ପୋଲିସ ଥାନା ଘେରାଉବେଳେ ବ୍ଲକ ଅଧ୍ୟକ୍ଷ ସାଜିଲେ ମଧ୍ୟସ୍ଥି I

















