Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଚିକିତ୍ସା କରିବାକୁ ଯାଇ ପୁଟପର୍ତ୍ତି ରେ ଫସିଛନ୍ତି ଶତାଧିକ ଓଡ଼ିଆ.

ଚିକିତ୍ସା କରିବାକୁ ଯାଇ ପୁଟପର୍ତ୍ତି ରେ ଫସିଛନ୍ତି ଶତାଧିକ ଓଡ଼ିଆ.

596
ADVERTISEMENT

ବ୍ରହ୍ମପୁର,୧୯/୫(ସାହେବ ନାୟକ)-ଲକଡାଉନ ଯୋଗୁଁ ପୁଟପର୍ତ୍ତି ରେ ଫସିଛନ୍ତି ଶତାଧିକ ଓଡ଼ିଆ l ବିଭିନ୍ନ ରୋଗ ର ଚିକିତ୍ସା କରିବାକୁ ସେଠାକୁ ଯାଇ ଫସିରହିଥିବା ଯୋଗୁଁ ସେମାନଙ୍କ ସମସ୍ତ ଟଙ୍କା ପଇସା ସରିଯାଇଛି l ସେମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଙ୍କୁ ସେମାନେ ନିବେଦନ କରିଛନ୍ତି l ମାଗଣା ଚିକିତ୍ସା କରାଯାଉଥିବା ହେତୁ ଲକଡାଉନ ପୂର୍ବ ରୁ ଓଡିଶା ର ପ୍ରାୟ ୧୪୮ ଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ ସେଠାକୁ ଯାଇ ଚିକିତ୍ସିତ ହୋଇଥିଲେ l ହେଲେ କରୋନା ମହାମାରୀ ବ୍ୟାପିବା ପରେ ସମଗ୍ର ଦେଶ ବ୍ୟାପି ଲକଡାଉନ ହୋଇଥିଲା l ଯାହା ଫଳ ରେ ସମସ୍ତ ହସ୍ପିଟାଲ ଗୁଡିକ ମଧ୍ୟ ବନ୍ଦ ହୋଇଯାଇଥିଲା l ତେଣୁ ହସ୍ପିଟାଲ ରେ ଥିବା ରୋଗୀ ଙ୍କୁ ଧୀରେ ଧୀରେ ଡିସ୍ଚାର୍ଜ କରାଯାଇଥିଲା l ଯାନବାହାନ ବନ୍ଦ ଥିବା ରୁ ଲୋକମାନେ ଓଡିଶା କୁ ଫେରି ପାରି ନ ଥିଲେ l ତେଣୁ ରାଜ୍ୟ ସରକାର ଏ ଦିଗ ରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି l

Advertisement