Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପ୍ରକୃତ ହିତାଧିକାରୀ ରାସନ ପାଇବାରେ ବଞ୍ଚିତ ଭୋକଉପବାସରେ କଟୁଛି ଦିନ

ପ୍ରକୃତ ହିତାଧିକାରୀ ରାସନ ପାଇବାରେ ବଞ୍ଚିତ ଭୋକଉପବାସରେ କଟୁଛି ଦିନ

405
ADVERTISEMENT

ବାଲିଗୁଡା,୧୯-୦୫(ସୁରେଶ କୁମାର ପଣ୍ଡା):କେନ୍ଦ୍ର ଓ ରାଜ୍ୟସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ଏବଂ ପ୍ୟାକେଜମାନ ଘୋଷଣା କରୁଛନ୍ତି କେହିବି ଭୋକରେ ନ ରହିବା ପାଇଁ ସରକାର ଆଗୁଆ ତିନି ମାସର ରାସନ ଯୋଗାଇ ଦେଇଛନ୍ତି କିନ୍ତୁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲିଗୁଡା ଏନ ଏ ସି ର 6 ନମ୍ବରରେ ରହୁଥିବା ଶିବ ପ୍ରସାଦ ପଟ୍ଟନାୟକଙ୍କ ପରିବାରଙ୍କ ରାସନ କାର୍ଡ ନଥିବାରୁ ରାସନ ପାଇବାରେ ବଞ୍ଚିତ ରହିଛନ୍ତି l ଶିବପ୍ରସାଦ ବାଲିଗୁଡା ବଜ଼ାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି ଲକଡାଉନ ରେ ଦୋକାନ ବନ୍ଦହୋଇଜିବାପରେ ଦୁଇସନ୍ତାନ ଓ ସ୍ତ୍ରୀ କୁ ଦାନା ଯୋଗାଡ କରିବା ମୁସ୍କିଲ ହୋଇପଡିଛି l ଏନେଇ ଶିବ ବହୁବାର ବାଲିଗୁଡା ବ୍ଲକ ପ୍ରଶାସନ ଏନ ଏ ସି ଅଧିକାରୀ ଓ ଉପଜ଼ିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି ଫଳଶୁନl ଶିବଙ୍କ ପରିବାର ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧହେବ ନୁଆସାହିରେ ଭଡ଼ାଘରେ ରହୁଛନ୍ତି ବର୍ତ୍ତମାନ ନୁଆସାହି ର ଶାନ୍ତସୁନ୍ଦର ପଣ୍ଡାଙ୍କ ଭଡ଼ାଘରେ ରହୁଛନ୍ତି ତାଙ୍କର ନିଜସ୍ଵ ଘର ବି ନାହିଁ l ଲକ ଡ଼ାଉନର ଅଵଧି ପରିବାର ପାଇଁ ଚିନ୍ତାର କାରଣ ସାଜିଛି l ଲକ ଡ଼ାଉନ ସମୟରେ ରେ ଏନ ଏ ସି ଅଧିକାରୀ ଯୋଗାଣ ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ୱନ୍ଧରେ ଅବଗତ କରିଛନ୍ତି ଏନେଇ ଯୋଗାଣ ଅଧିକାରୀ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କୁ ପଚାରିବାରୁ ତିନିବଖରା ପକ୍କାଘରେ ରହୁଥିବାରୁ ଯାଞ୍ଚବେଳେ ପଡିକାର୍ଡ କାଟିଦିଆଯାଇଛି l ସରକାରୀ ଅଧିକାରୀଙ୍କ ଭୁଲ ତଦନ୍ତ ହୋଇଥିବାରୁ ଜଣେ ପ୍ରକୃତ ହିତାଧିକାରୀ ରାସନପାଇବାରେ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି l ଉପଖଣ୍ଡ ପ୍ରଶାସନ ପୁନଃ ତଦନ୍ତକରି ରାସନକାର୍ଡ ଯୋଗାଇ ଦେବାକୁ ଜ଼ିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ ଦାବୀ କରିଛନ୍ତି l

Advertisement