Tuesday, September 8, 2026
ADVERTISEMENT
Home Uncategorized କନ୍ଧମାଳ ଜିଲ୍ଲା ୨ କରୋନା ପଜିଟିଭ୍ ପରେ ପ୍ରସାସନ ର କଡ଼ା ନଜର

କନ୍ଧମାଳ ଜିଲ୍ଲା ୨ କରୋନା ପଜିଟିଭ୍ ପରେ ପ୍ରସାସନ ର କଡ଼ା ନଜର

510
ADVERTISEMENT

ଖଜୁରୀପଡ଼ା,୧୯-୦୫(ଅନନ୍ତ କୁମାର ଦିଗାଲ):କନ୍ଧମାଳ ଜିଲ୍ଲା ରେ ପ୍ରାୟ ଦୁଇ ମାସ ର ଲକଡାଉନ ସମାପ୍ତ ହେବାପରେ ହଠାତ୍ ଦୁଇ ପଜିଟିଭ୍ ଚିହ୍ନଟ ହେବାନେଇ ସରକାରୀ ସ୍ତରରେ ଗଣମାଧ୍ୟମ ରୁ ସୁଚନା ପାଇ କନ୍ଧମାଳ ଜିଲ୍ଲା ବାସୀ ଆଶଙ୍କା ପ୍ରକାଶ କରିଛନ୍ତି।ହଠାତ୍ ଦୁଇ ପଜିଟିଭ୍ ଚିହ୍ନଟ ପରେ ଖଜୁରୀପଡ଼ା ବ୍ଲକ ପ୍ରସାସନ ମଧ୍ଯ ଆହୁରି ତତ୍ପରତା ପ୍ରକାଶ କରିଛନ୍ତି।ଜିଲ୍ଲା ର ପ୍ରବେଶ ପଥ ର ନାକା ପୋଷ୍ଟ ସହ ବ୍ଲକ ଅଧିନସ୍ଥ ସମସ୍ତ ସଙ୍ଗ ରୋଧ କେନ୍ଦ୍ର କୁ ବାରମ୍ବାର ପ୍ରସାସନିକ ଅଧିକାରୀ ଙ୍କ ଗ୍ରସ୍ତ ସହ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବା ଦିଗରେ ତତ୍ପରତା ପ୍ରକାଶ କରିଛନ୍ତି । ବିଭିନ୍ନ ଅସ୍ଥାୟୀ କରୋନା ସ୍ୱାସ୍ଥ୍ୟକେନ୍ଦ୍ର କୁ ସାନିଟାଇଜର କରାଯିବା ସହ ନାକା ପୋଷ୍ଟ ସ୍ଥାନ କୁ ସାନିଟାଇଜର କରାଯିବା ନେଇ ବ୍ୟାପକ ଚେଷ୍ଟା କରାଯାଇଛି।ଜନସାଧାରଣ ଙ୍କୁ ଦୁଇ ମାସ ଧରି ଯେଉଁଭଳି ଭାବେ ପ୍ରସାସନ ସଚେତନତା କରିଥିଲେ ସେହିଭଳି ପୂର୍ବ ନିୟମ ପାଳନ କରିବାକୁ ଜନସାଧାରଣ ଙ୍କୁ ପରାମର୍ଶ ଦିଆଯାଉଛି।କରୋନା ମୁକାବିଲା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର ଥାନା ଅଧିକାରୀ ରମାକାନ୍ତ ପାତ୍ର ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ମେଡିକାଲ ଡାକ୍ତରୀ ଟିମ୍ ଅଗ୍ନୀଶମ ବିଭାଗ ଅଧିକାରୀ ଅମ୍ରୁନ ଗୌରବ ପ୍ରମୁଖ ନିଜନିଜ ବିଭାଗ କର୍ମଚାରୀମାନଙ୍କୁ ନେଇ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବା ଦିଗରେ ସଜାଗ ରହିଥିବା ଦେଖାଯାଉଛି l

Advertisement