ADVERTISEMENT
Home ଆଞ୍ଚଳିକ ବାଲି ଚୋରା ଚାଲାଣ ନେଇ ଉତ୍ତେଜନା

ବାଲି ଚୋରା ଚାଲାଣ ନେଇ ଉତ୍ତେଜନା

221
ADVERTISEMENT

ପାରଳାଖେମୁଣ୍ଡି,୧୮/୫(ପ୍ରଭାତ କୁମାର ପାତ୍ର):କାଶିନଗର ଥାନା ବୁଦୁରା ଗ୍ରାମ ପଞ୍ଚାୟତ ବଂଶଧାରା ନଦୀ କଡିଙ୍ଗି ମୈାଜା ବାଲି ସୈାରାତଠରେ ବେଆଇନ ବାଲି ଖନନ ବେଳେ ୮ ଗୋଟି ଟ୍ରକକୁ ଗ୍ରାମବାସୀ ଜବତ କରିଛନ୍ତି। ବିଳମ୍ବିତ ରାତିରେ ଲିଜଧାରିଙ୍କ ଜେସିବି ମେସିନ ଦ୍ୱାର ବାଲି ଲୋଡିଙ୍ଗ ହୋଇ ଆନ୍ଧ୍ରାକୁ ଚାଲଣ ହେବା ବେଳେ ବଥବ ଗ୍ରାମର ଲୋକେ ଟ୍ରକଗୁଡିକୁ ବାଲି ୟାମ୍ଫଠାରେ ଅଟକାଇ ରାତ୍ର ଜଗି ରହିଥିଲେ। ସୂଚନା ଅନୁଯାୟୀ ଆନ୍ଧ୍ରାରୁ ପ୍ଲାଇ ପାଉଡର ନେଇ ବିଜୟନଗମ୍ ପ୍ରାୟ ୧୨ ଟି ଟ୍ରକ ଆସିଥିଲା। ଅାନ୍ଦ୍ରର ପୋଲିସ ଓ ଚିଲକା ପାଇମଠାରେ ପ୍ଲାଇ ପାଉଡର ଅନଲୋଡ କରି ଅାନ୍ଦ୍ରର କିଛି ଜାଗାରୁ ବାଲି ନେଇ ବିଶାଖାପାଟଣା ଯିବା ପାଇଁ ଯୋଜନା ହୋଇଥିଲା। ଆନ୍ଧ୍ରାରୁ ବାଲି ଚାଲଣା ବନ୍ଧ ହୋଇଥିବାରୁ ସେମାନେ କାଶୀନଗର ବାଲି ଲିଜ୍ ଧାରିଙ୍କ ସହ ଯୋଗାଯୋଗ କରିଥିଲେ।

ପରେ ଡ୍ରାଇଭରମାନେ ଟ୍ରକ ନେଇ ଆନ୍ଧ୍ରା ଓଡିଶା ସୀମାନ୍ତ ନାକାଦେଇ ଓଡିଶା ପ୍ରବେଶ କରିଥିଲେ।ବାଲି ୟାମ୍ଫଠାରେ ପହଞ୍ଚି ବାଲି ନେବା ବେଳେ ଗ୍ରାମବାସୀମାନେ ପହଞ୍ଚି ଟ୍ରକ ଗୁଡିକୁ ଅଟକାଇଥିଲେ। ପୋଲିସ ଓ ଜଣେ ଅଧିକାରୀଙ୍କ ଉପସ୍ଥିତିରେ ୪ ଗୋଟି ବାଲି ଭତ୍ତି ଟ୍ରକକୁ ଛାଡିଦେଇଥିଲେ। ପରେ ଗ୍ରାମବାସୀଙ୍କ ସହ ପ୍ରଶାସନର ଯୁକ୍ତିତର୍କ ହୋଇଥିଲା। ଗ୍ରାମବାସୀ ରାତିସାରା ବାଲି ରମ୍ଫରେ ଜଗି ରହିଲେ। କରୋନାର ଭୟାବହତା ଲାଗିରହିଥିବା ବେଳେ ଆନ୍ଧ୍ରା ଏକ ରେଡ୍ ଜୋନ I ଆନ୍ଧ୍ରାର କୈାଣସି ଲୋକ ଓଡିଶା ଆସିବାକୁ ମନା ହେଲେ ପ୍ରଶାସନ କିପରି ନାକାଚେକ୍ ପୋଷ୍ଟ ଠାରେ କିଛି ଯାଞ ନକରି ସେମାନଙ୍କୁ ଛାଡିଦେଲେ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଥିଲେ। କିଛିଦିନ ତଳେ ଖୋଦ ଉପ-ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଜେସିବି ମେସିନ ଦ୍ୱାର ବାଲି ଉଠାଣକୁ ବେଆଇନ ବୋଲି କହିଥିଲେ।

Advertisement