ସାନଖେମୁଣ୍ଡି,୧୪-୦୫(ସପନ ଦାଶ): ପାଟପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୟନଗର ଗ୍ରାମର ସାରି ଗୌଡ଼(୬୦) ସ୍ୱାମୀ କୋରା ଗୌଡ଼ ଆଜି ୧୦ଘଣ୍ଟା ସମୟରେ ନିଜ ଗ୍ରାମର କୁଞ୍ଜ ବିହାରୀ ପୋଖରୀ ବୁଡି ଯାଇଥିଲେ କିନ୍ତୁ ସେଠାରେ ଦମକଳ ଗାଡି ପହଞ୍ଚି ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏହା ଶୁଣି ୬୦ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗଦାଧର ସ୍ଵାଇଁ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ସହଯୋଗ କରିଥିଲେ ଏବଂ ତାଙ୍କୁ ସରକାରଙ୍କ ସହାୟତା ରାଶି ଦେବା ପାଇଁ ନିଜ ଅଞ୍ଚଳର ଆର ଆଈ ଓ ତହସିଲଦାରଙ୍କ ପାଖରେ ଦାବି ଜଣାଇଥିଲେ। ଓ ଏଥିରେ ସହଯୋଗ କରିଥିଲେ ଭାରତୀୟ ଜନତା ପାର୍ଟିର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ମିଡ଼ିଆ ସେଲର ସଭାପତି ସୁଦର୍ଶନ ଚୌଧୁରୀ ଏବଂ ନିରଞ୍ଜନ ସାହୁ ଏବଂ ଶ୍ରୀକାନ୍ତ ସ୍ଵାଇଁ I

















