
କନ୍ଧମାଳ,୮/୭ (ଡି.ଏଚ.ବି) :ବାଲିଗୁଡା ବନଖଣ୍ଡ ତରଫରୁ ଅନ୍ତିମ ଦିନରେ ବିଭିନ୍ନ ବ୍ଲକରେ ସତୁରିତମ ବନମହୋତ୍ସବ ପାଳନ କରାଯାଇଥିଲା । ଏହି ମହୋତ୍ସବରେ ବାଲିଗୁଡା ବିଧାୟକ, ତୁମୁଡିବନ୍ଧ ବ୍ଲକ ଅଧକ୍ଷ୍ୟ ପ୍ରକାଶ ପାତ୍ର, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରୋମଦ କୁମାର ସାହୁ, ତୁମୁଡିବନ୍ଧ ବରିଷ୍ଠ ନେତା ଶ୍ୟାମ ସୁନ୍ଦର ବଡସେଠ, କୋଟଗଡ଼ ବ୍ଲକ ଅଧକ୍ଷା, କୋଟଗଡ ଯୁବନେତା ମନୋଜ କୁମାର ସାବତ, ବାଲିଗୁଡା ବରିଷ୍ଠ ନେତା ଗୌରୀ ଶଙ୍କର ଆଚରି, ନୂଆଗାଁ ଯୁବ ନେତା ରଜନୀ ସାହୁ ବହୁ ସ୍କୁଲର ଛାତ୍ର ଛାତ୍ରୀ, ଗ୍ରାମବାସି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ବେଲଘର, ବୁଦୁଲି ପଦର, ବାଲିଗୁଡା ଲାଙ୍ଗସ ପଦର ଠାରେ କରାଯାଇଥିଲା । ଏହି ମହୋତ୍ସବରେ ବାଲିଗୁଡା ବନଖଣ୍ଡ ତରଫରୁ ପଚାଶ ହଜାରରୁ ଉର୍ଦ୍ଧ ଗଛ ଲଗା ଯାଇଥିଲା, ବାଲିଗୁଡା ବନଖଣ୍ଡ ତରଫରୁ ବାଲିଗୁଡା ବନାଅଞ୍ଚଳ ଅଧିକାରୀ,ବନପାଳ, ତୁମୁଡିବନ୍ଧ ବନାଅଞ୍ଚଳ ଅଧିକାରୀ, ବନପାଳ, ବହୁ କର୍ମଚାରୀ ଉପସ୍ଥିତ ରହି ମହୋତ୍ସବକୁ ସହଯୋଗ କରିଥିଲେ ।