Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଜେଲ ଫେରନ୍ତାଙ୍କ କାତିଚୋଟରେ ଜଣେ ଗୁରୁତ୍ୱର ଆହାତ, ୪ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ

ଜେଲ ଫେରନ୍ତାଙ୍କ କାତିଚୋଟରେ ଜଣେ ଗୁରୁତ୍ୱର ଆହାତ, ୪ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ

421
ADVERTISEMENT

ବ୍ରହ୍ମପୁର ସଦର,୧୩-୦୫(ଇ.ରଞ୍ଜନ): ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ହୋଇଥିବା ଜଣେ ଯୁବକଙ୍କୁ ଆକ୍ରମଣ ମାମଲାରେ ସଂପୃକ୍ତ ୪ଜଣଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ରୋହିଗାଁ ର ଯୁବକ ଟୁନା ସେଠି, ପ୍ରଭାକର ଜେନା, ଟୁଲୁ ଜେନା ଓ ଭିକୁ ଜେନା । ଗିରଫ ଙ୍କ ମଧ୍ୟରୁ ୩ ଜଣ ରୋହିଗାଁ ରେ କରୋନା କ୍ଵାରେଣ୍ଟାଇନ ହୋମରେ ଭଲ୍ୟୁଣ୍ଟାରୀ ଭାବେ କାର୍ଯ୍ୟ କରୁଥିବା ସଦର ଥାନା ଅଧିକାରିଣୀ ସନ୍ତୋଷୀନି ଓରାମ ସୂଚନା ଦେଇଛନ୍ତି।

ଗତ ଶନିବାର ରାତ୍ର ପ୍ରାୟ ୭ ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।

କିଛି ବ୍ୟକ୍ତି , ସଙ୍ଘବଦ୍ଧ ଭାବରେ କାତି, ଲୁହାଛଡ଼ ଓ ଟାଙ୍ଗିଆରେ ମରଣନ୍ତକ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ, ୫ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ୨୦୧୭ରେ ଜାମିନରେ ଆସିବା ପରେ ତାଙ୍କ ମଝିଆ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ ।

ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍‌କେସିଜିରେ ଚିକିତ୍ସିତ ହେଉଛନ୍ତି । ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୧୩୧/୨୦୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା

Advertisement