Thursday, November 19, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କରୋନା ସଚେତନତା ବୈଠକ

ବରିଷ୍ଠ ନାଗରିକ ମଞ୍ଚ ତରଫରୁ କରୋନା ସଚେତନତା ବୈଠକ

275
ADVERTISEMENT

ଛତ୍ରପୁର, ୧୩-୦୫(ବ୍ୟୁରୋ): ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ କମିଟୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ବୈଠକରେ ସଂପାଦକ ବାଉରି ବନ୍ଧୁ ସାହୁ ବେଠକର ଉଦ୍ଦ୍ୟେଶ ଜଣାଇ ଥିଲେ।ସଂଯୋଜକ କାମରାଜୁ ମହାରଣା ସଂପ୍ରତି ସାରା ବିଶ୍ବରେ କାୟାବିସ୍ତାର କରିଥିବା କରୋନା ମହାମାରୀରୁ ନିଜେ ଏବଂ ଅନ୍ୟମାନେ କିପରି ରକ୍ଷା ପାଇବେ ଏବଂ ଆତ୍ମ ସଚେତନ ହେବା ପାଇଁ ମତ ରଖିଥିଲେ।ଗ୍ରାମର ସମସ୍ତ ଜନତା ମାସ୍କ ବ୍ୟବହାର,ସାମାଜିକ ଦୂରତା ରକ୍ଷା,ସନ୍ଦିଗ୍ଧ ବ୍ୟକ୍ତି ସମ୍ପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବା ପ୍ରଭୃତି ବିଷୟ ଉପରେ ସଚେତନତା ସୃଷ୍ଟି ପାଇଁ ନିଷ୍ପତି ନିଆଯାଇଥିଲା। ଉପଦେଷ୍ଟା କୋରା ମହାରଣା,ଉପସଭାପତି ଘନଶ୍ୟାମ ସାହୁ,କୋଷାଧ୍ୟକ୍ଷ ଜଟେଶ୍ବର ପ୍ରଧାନ,ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

Advertisement