Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଚଳନ୍ତା ମାଲବୋଝେଇ ଟ୍ରେନ୍‌କୁ ଏକ ବଡ଼ ଦୁର୍ଘଟଣାରୁ ଅଟକାଇ ଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଗଲା

ଚଳନ୍ତା ମାଲବୋଝେଇ ଟ୍ରେନ୍‌କୁ ଏକ ବଡ଼ ଦୁର୍ଘଟଣାରୁ ଅଟକାଇ ଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଗଲା

303
ADVERTISEMENT

ଗଞ୍ଜାମ, ୭/୭ (ଡି.ଏଚ.ବି): ଚଳନ୍ତା ଏବଂ ଜଳନ୍ତା ମାଲବୋଝେଇ ଟ୍ରେନ୍‌କୁ ଲାଲ ପତକା ଦେଖାଇ ରୋକିବାରେ ସଫଳ ହୋଇଥିବା ରେଳକର୍ମଚାରୀଙ୍କୁ ସୁରକ୍ଷା ବିଭାଗର ପକ୍ଷରୁ ପୁରସ୍କୃତ କରାଯାଇଛି। ପୁରସ୍କୃତ ହୋଇଥିବା ରେଳ କର୍ମଚାରୀ ହେଉଛନ୍ତି ଗେଟ ବଜାରରେ ରହୁଥିବା ଏସ୍‌ କାମେଶ୍ୱର ରାଓ । ଗତମାସ ୧୫ ତାରିଖରେ ଗୋଳନ୍ଥରା ଠାରେ ଏକ କୋଇଲା ମାଲବୋଝେଇ ଚକାରେ ହଠାତ୍‌ ନିଆଁ ଲାଗିଥିବା ଏସ୍‌ କାମେଶ୍ୱର ରାଓ ଦେଖିଥିଲେ,ଏବଂ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଲାଲ ରଙ୍ଗର ପତାକା ଦେଖାଇ ଟ୍ରେନ୍‌ଟିକୁ ଗୋଳନ୍ଥର। ରେଳ ଷ୍ଟେସନ୍‌ରେ ଅଟକାଇ ଥିଲେ ଏବଂ ସୁରକ୍ଷା ବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା। ସୁରକ୍ଷା ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଘଟିବାକୁ ଥିବା ଏକ ବଡ଼ ଦୁର୍ଘଟଣାକୁ ରୋକିବାରେ ସକ୍ଷମ ହୋଇଥିଲେ। ତଦନ୍ତର ତିନି ଦିନ ପରେ ଟ୍ରେନ୍‌ଟିକୁ ଛାଡ଼ି ଦିଆଯାଇଥିଲା। ଏହି ଘଟଣାର ଅନୁଧାନ୍ୟ କରି ରେଳ ସୁରକ୍ଷା ବିଭାଗ ଟ୍ରେନ୍‌କୁ ଏତେ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ରେଳ କର୍ମଚାରୀ ଏସ୍‌ କାମେଶ୍ୱର ରାଓଙ୍କୁ ପୁରସ୍କୃତ କରିଛନ୍ତି।

Advertisement