କୋଟଗଡ,୩୦।୪ (ନଳିନୀ କାନ୍ତ ମିଶ୍ର) : କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକରେ ନାକାବନ୍ଦୀ ହୋଇଥିବା ରାୟଗଡା ଓ କନ୍ଧମାଳ ଜିଲ୍ଲା କୋଟଗଡ ଠାରେ ପୋଲିସ ଭାଇ ମାନେ ଚେକ ଗେଟ ଠାରେ ୬ ଜଣ ସୁରାଟ ଫେରନ୍ତା ଶ୍ରମିକକୁ ଧରି କ୍ୱାରେନଟାଇନ ହୋମକୁ ନେଇଥିଲେ ସେମାନେ ସୁରାଟ ସହରର ବେଶସ୍ଥାନ ଅଂଚଳରୁ ଏପ୍ରିଲ ୧୫ ତାରିଖ ଦିନ ବାହାରି ଛତିଶଗଡ ସୀମା ପାର ହୋଇ ଓଡିଶା ସୀମାର ନୂଆପଡା ଜିଲ୍ଲା, କଳାହାଣ୍ଡି, ରାୟଗଡା ଜିଲ୍ଲାର ମୁନିଗୁଡା ଦେଇ କନ୍ଧମାଳ ଜିଲ୍ଲାରେ ପ୍ରବେଶ କରିଥିଲେ ସେମାନେ ଗଞ୍ଜାମ ଜିଲ୍ଲାର ସୋରଡ଼ା ଗ୍ରାମର ୬ ଜଣ ଶ୍ରମିକ ଅଟନ୍ତି ସୁରାଟରେ କମ୍ପାନୀ ଗୁଡିକ ବନ୍ଧ ହୋଇ ଯିବା ଯୋଗୁଁ ଜୀବିକା ହରାଇ ସାଇକେଲ ଦ୍ଵାରା ଦୀର୍ଘ ୧୪00 କିଲୋମିଟର ସାଇକେଲ ଚଳାଇ କୋଟଗଡରେ ପହଂଚି ଥିଲେ l


















