ତୁମୁଡ଼ିବନ୍ଧ,୩୦।୪ (ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ) : କନ୍ଧମାଳ-କୋଭିଡ୧୯ର ମୁକାବିଲା ପାଇଁ ଲକଡାଉନ ଥିବା ବେଳେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ଏପଟେ ଆଉ ଗୋଟେ ଦୁଃଖ ଦେଇଛି କାଳବୈଶାଖୀର ଏମିତି ଘଟଣା ଦେଖିବାକୁ ମିଳିଛି ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ପୁରୁଣା ସାହିରେ ୨ ଦିନ ପୂର୍ବରୁ ପ୍ରବଳ ମାତ୍ରାରେ ପବନ ସହ କୁଆପଥର ବର୍ଷାହେବା ଫଳରେ ବହୁ ଏକର ଧାନ ଚାଷ ଜମି ନଷ୍ଟ ହୋଇଯାଇଛି । ଯାହାଦ୍ୱାରା ଚାଷୀ ମୁଣ୍ଡରେ ହାତ ଦେଇ ବସିବା ଛଡ଼ା ଉପାୟ କିଛି ନାହିଁ ଯେହେତୁ ଧାନ ହେବା ସମୟରେ ହିଁ କୁଆ ପଥର ବର୍ଷାରେ ସବୁ ଧାନ ଝଡ଼ି ଯାଇଛି । ତୁରନ୍ତ ଏହାର କ୍ଷତି ପୂରଣ ଦିଆଯାଉ ଏହାର ଖବର ପାଇଁ ତୁମୁଡ଼ିବନ୍ଧ ତହସିଲଦାରଙ୍କ ନିର୍ଦେଶକ୍ରମେ ମୁଣ୍ଡୀଗଡ଼ ରାଜସ୍ବ ଅଧିକାରି ସ୍ଥିତି ଅନୁଧ୍ୟାନ କରିଥିବା ସହ ପୂର୍ବତନ ବିଧାୟକ ରାଜୀବ ପାତ୍ରଙ୍କ ଉପସ୍ଥିତିରେ ରାଜସ୍ବ ଅଧିକାରୀ ତୁରନ୍ତ ଚାଷୀଙ୍କ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ।


















