Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା :୧୦ ଚକିଆ ଟ୍ରକ ଓଲଟି ଡ୍ରାଇଭର ମୃତ

ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା :୧୦ ଚକିଆ ଟ୍ରକ ଓଲଟି ଡ୍ରାଇଭର ମୃତ

287
ADVERTISEMENT

ପାଟପୁର,୩୦।୪ (ଡ଼ି.ଏଚ) : ତପ୍ତପାଣି ଘାଟି ହରିଣ ପାର୍କ ନିକଟରେ ବୁଧବାର ଅପରାହ୍ନ ପ୍ରାୟ ୪ ଟାରେ ଏକ ଟ୍ରକ୍‌ ଓଲଟି ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ସେ ହେଲେ ହିଞ୍ଜିଳିକାଟୁ ଥାନା ଅଙ୍କୋରଡା ଗ୍ରାମର ମନୋଜ କୁମାର ଗୌଡ଼। ଗଜପତି ଜିଲାରୁ ବ୍ରହ୍ମପୁର ଫେରୁଥିବା ଟ୍ରକ୍‌ (ନଂ ଓଡି୦୭ ଭି ୬୦୭୧) ବ୍ରେକ୍‌ ଫେଲ ହୋଇଯିବାରୁ ତାହା ଘାଟି ତଳକୁ ଖସି ପଡିଥିଲା। ଘଟଣାସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ପାଟପୁର ପୋଲିସ ଓ ସାନଖେମୁଣ୍ଡି ଦମକଳ ବାହିନୀ ପହଞ୍ଚି ଡ୍ରାଇଭର ମନୋଜଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଟ୍ରକ୍‌ ଜବତ କରିଛନ୍ତିି।

Advertisement