ପାତ୍ରପୁର,୩୦।୪ (ଋଷିକେଶ ବେହେରା ) : ସାରା ଦେଶରେ କୋରନ ମହାମାରୀ ରୋଗ ରୂପେ ଧାରଣା କରିଥିବା ବେଳେ ପାତ୍ରପୁର ବ୍ଲକ ସ୍ଥିତ ଵି. ନୂଆଗାଁ ଗ୍ରାମ ନିକଟରେ ଥିବା ତିନିଗୋଟି ଇଟା ଭାଟିରେ ପେଟ ପୋଷଣ ପାଇଁ ବଲାଙ୍ଗୀରରୁ ଆସିଥିବା ଶତାଧିକ ଶ୍ରମିକ କାମ କରିବା ପାଇଁ ଆସିଥିଲେ ସେମାନଙ୍କୁ ଆଣିଥିବା ଏଟା ଭାଟି ମାଳିକ ଖାଇବାକୁ ନଦେବାରୁ ନିଜ ଉଦ୍ୟମରେ ଭିଟା ମାଟିକୁ ଚାଲି ଚାଲି ୨୫ଟି ପରିବାର ପଳାଇବାକୁ ଉଦ୍ୟମ କରିଥିଲେ ସେତେବେଳେ ଓଡିଶା ଓ ଆନ୍ଦ୍ର ସୀମାନ୍ତ ସରଧାପୁର ନିକଟରେ ସେମାନଙ୍କୁ ଧରିଥିଲା ତହସିଲଦାର ଓ ପୋଲିସ ପ୍ରଶାସନ ପହଁଚି ସେମାନଙ୍କୁ ବୁଝା ସୁଝା କରି ଇଟା ଭାଟିକୁ ଅଣାଯାଇଥିଲା ପରେ ତହସିଲଦାର ଡ଼.ଶ୍ରୀନିବାସ ବେହେରା କହିଛନ୍ତି ଯେ ବଲାଙ୍ଗୀରରୁ ଆସିଥିବା ଶ୍ରମିକ ମାନଙ୍କୁ ଲକ ଡାଉନ ସରିଲା ପରେ ପଠାଯିବ ବୋଲି କହିଛନ୍ତି l

















