Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପ୍ରଧାନମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ଫୋଟଗ୍ରାଫର ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ପ୍ରଧାନମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ଫୋଟଗ୍ରାଫର ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

347
ADVERTISEMENT

ପାତ୍ରପୁର, ୨୯।୦୪ (ଋଷିକେଶ ବେହେରା) ; ବିଶ୍ଵ ମହାମାରୀ କରୋନା ଓ ଲକ୍ ଡାଉନରେ ସବୁ ବର୍ଗର ଲୋକେ ପ୍ରଭାବିତ ହୋଇଛନ୍ତି । ସେହିଭଳି ଫୋଟ ଗ୍ରାଫର୍ ମାନେ ବହୁତ ଅସୁବିଧାର ସମ୍ମୁଖୀନ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ପାତ୍ରପୁର ବିଡ଼ିଓଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଫୋଟ ଗ୍ରାଫର ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଲକ୍ ଡାଉନରେ ସମସ୍ତ ବାହାଘର ବ୍ରତ ବନ୍ଦ ହୋଇଯାଇଥିବାରୁ ପ୍ରାୟ ଶତାଧିକ ଫୋଟ ଗ୍ରାଫର ରୋଜଗାର ହରାଇଛନ୍ତି । ଏମାନଙ୍କୁ ଅନ୍ୟ ପନ୍ଥା ନଥିବାରୁ ଚିନ୍ତାରେ ଫୋଟ ଗ୍ରାଫର ମାନେ ଅଛନ୍ତି ।

ଏଭଳି ପରିସ୍ଥିତିରେ ସେମାନଙ୍କୁ ରୋଜଗାରର ରାସ୍ତା ଦେବା ପାଇଁ ଦାବୀ କରିଛନ୍ତି । ଦାବିପତ୍ର ଦେବା ସମୟରେ ସଭାପତି ନିଳାଞ୍ଚଳ ପଟ୍ଟନାୟକ , ସମ୍ପାଦକ ମନୋରଞ୍ଜନ ରଣା, ଉପ ସଭାପତି ଅନାଦି ପଣ୍ଡିତ , ଜିତେନ୍ଦ୍ର ବେହେରା, ତ୍ରିପତି ସାହୁ, ରାଜେଶ୍ ବେହେରା, ଦାଶରଥି, ପ୍ରଦୀପ ପଣ୍ଡା, ମିଟୁ ସାହୁ, କେ. ବାଲରାଜୁ, କୂରା ରେଡ୍ଡୀ, ଭାସ୍କର ତିଆଡି, ପ୍ରଭାତ ମହାପାତ୍ର, ସରୋଜ ପଣ୍ଡା, ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Advertisement