Friday, October 16, 2026
ADVERTISEMENT
Home ମୁଖ୍ୟ ଖବର ବାହୁଡା ଯାତ୍ରା ପାଇଁ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ କେଉଁ ଅଞ୍ଚଳ ଦେଇ ଯିବ...

ବାହୁଡା ଯାତ୍ରା ପାଇଁ ଚାଲିବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ କେଉଁ ଅଞ୍ଚଳ ଦେଇ ଯିବ ଟ୍ରେନ ?

371
ADVERTISEMENT

ପୁରୀ, ୭/୭ (ଡି.ଏଚ.ବି) : ଆସନ୍ତା ବାହୁଡା ଯାତ୍ରାକୁ ନଜରରେ ରଖି ରେଳ ମନ୍ତ୍ରାଳୟ ପକ୍ଷରୁ ୧୯୪ଟି ସ୍ୱତନ୍ତ୍ର ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି | ତେବେ ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅନୁରୋଧ ପରେ ବାରିପଦା-ପୁରୀ ମଧ୍ୟରେ ଆଉ ଏକ ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତି | ବାହୁଡା ପାଇଁ ଚାଲିବାକୁ ଥିବା ଏହି ଟ୍ରେନ ଭଂଜପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିବାବେଳେ ବେତନଟୀ, ବାରିପଦା, ରୁପ୍ସା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର-କେଉଁଝର ରୋଡ଼, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ଼ରେ ରହିବ | ପୂର୍ବରୁ ରଥଯାତ୍ରା ପାଇଁ ଜୁଲାଇ ୪ ତାରିଖରୁ ଜୁଲାଇ ୧୩ ତାରିଖ ମଧ୍ୟରେ ୧୯୪ଟି ଟ୍ରେନ ଚଳାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ, ପୂର୍ବତଟ ରେଳପଥ ପକ୍ଷରୁ ଏକ ଆପ ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା | ସେହିପରି ଯାତ୍ରୀଙ୍କୁ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡିବ ସେଥିପାଇଁ ୬୦ଟି ନୂଆ ରେଲୱେ ଟିକେଟ ବୁକିଂ କାଉଣ୍ଟର ମଧ୍ୟ ଖୋଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା |

Advertisement