ଦେଶୀ ଓ ବିଦେଶୀ ମଦ ଜବତ;୩ ଜଣ ଗିରଫ

250
ADVERTISEMENT

ବାଲିଗୁଡା, ୭/୭ (ଡି.ଏଚ.ବି): ବାଲିଗୁଡା ପୋଲିସ ଦ୍ୱାରା ଦେଶୀ ଓ ବିଦେଶୀ ମଦ ଜବତ କରି ୩ ଜଣକକୁ କୋର୍ଟ ଚାଲାଣ କରିଛନ୍ତି । ଏଭଳି ଘଟଣା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଶୁକ୍ରବାର ଦିନ ମିଳିତ ଚଢ଼ାଉ କରିଥିଲେ ଏହି ଚଢ଼ାଉରେ ଗଜ ନାୟକ, ପ୍ରତାପ ପାତ୍ର, ଲେଙ୍କା ବଳିୟାରସିଂ ଘରୁ ୫0ଲିଟର ମହୁଲି ମଦ ଓ ୭.୫ଲିଟର ବିଦେଶୀ ମଦ ଜବତ କରିଥିଲେ । ଏହି ୩ ଜଣକୁ ବାଲିଗୁଡା ଥାନା ଅଧିକାରୀ ପ୍ରଶାନ୍ତ ବେହେରା, ଏକ ମାମଲା ୠଜୁକରି କେଶ ନମ୍ବର ୯୩,୯୪,୯୫/୨୦୧୯ ଦ୍ୱାରା କୋର୍ଟ ଚାଲାଣ କରିଥିଲେ ।

Advertisement