Friday, September 25, 2026
ADVERTISEMENT
Home ଆଞ୍ଚଳିକ ବିଭିନ୍ନ ସଂସ୍ଥାର ନେତୃତ୍ୱରେ ଶୁଖିଲା ଖାଦ୍ୟ ବାଣ୍ଟିବା ଓ କରୋନା ସଚେତନତା କାର୍ଯ୍ୟକ୍ରମ

ବିଭିନ୍ନ ସଂସ୍ଥାର ନେତୃତ୍ୱରେ ଶୁଖିଲା ଖାଦ୍ୟ ବାଣ୍ଟିବା ଓ କରୋନା ସଚେତନତା କାର୍ଯ୍ୟକ୍ରମ

349
ADVERTISEMENT

କ ନୂଆଗାଁ,୨୮।୪(କେ. ନାଗେଶ୍ୱର ପାତ୍ର ) : ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମରେ ଡବ୍ଲୁଏଆରଡ଼ି ସଂସ୍ଥା ତରଫରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ଏହା ସୁଗଡ଼ବାଡ଼ି, ଡଲକାମାହା, ଗ୍ରାମରେ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ, ଗୂଂଜୁ ସଂସ୍ଥା ର ପ୍ରତିଷ୍ଠାତା – ଅଂଶୁ ଗୁପ୍ତାଙ୍କ ନିର୍ଦେଶ କ୍ରମେ ଓଡ଼ିଶାର ଶାଖାର ମୁଖ୍ୟ- ସୁରେଶ କୁମାରଙ୍କ ନେତୃତ୍ୱରେ ଡବ୍ଲୁଏଆରଡ଼ି ସଂସ୍ଥାର ସମ୍ପାଦକ -ଆଶୁତୋଷ ସାହୁ, ରାଇକିଆ ଥାନା ଅଧିକାରୀ -ଅଲେଖ ଗରଡ଼ିଆ, ରାଇକିଆ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ ,ଓ ସେହି ସଂସ୍ଥାର ସ୍ବେଛାସେବୀ ମାନଙ୍କ ଦ୍ଵାରା. ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଲୋକମାନଙ୍କୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଇଛି l କରୋନା ଡରରେ ବାହାରକୁ ଯାଇ ପାରୁନାହାନ୍ତି,ଏହା ଫଳରେ ଲୋକଙ୍କ କାମଧନ୍ଦା ବନ୍ଦ ରହିଛି. ଏବଂ ରୋଜଗାର ହରାଇ ଲୋକେ ଅତିଆବଶ୍ୟକ ସାମଗ୍ରୀ ନ ପାଇ ହଇରାଣ ହେଉଥିବା ଦେଖିବାକୁ ମିଳୁଛି l ତେଣୁ ସେହି ମାନଙ୍କ ମଧ୍ୟରେ ରହିଥିବା ପ୍ରକୃତ ଗରିବ ଓ ଅସହାୟ ଲୋକଙ୍କୁ ଚି଼ହ୍ନଟ କରି ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଲୋକଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ ଲୋକମାନଙ୍କୁ କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ ଶପଥ ପାଠ ଗ୍ରହଣ କରାଇଥିଲେ , ଏବଂ ଆଗକୁ ମଧ୍ଯ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ ଜାରି ରହିବ ବୋଲି ଫୁଲବାଣୀ ଜିଲ୍ଲାର ସ୍ବେଛାସେବୀ ସଂଯୋଜକ -ଅଶୋକ କୁମାର ପରିଡ଼ା କହିଥିଲେ l

Advertisement