ବ୍ରହ୍ମପୁର,୨୭ା୪(ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମ ରୋଡ଼ ପାର୍ଶ୍ବରେ ବେଆଇନ ଭାବେ ମଦ ନେଉଥିବା ସମୟରେ ପୁଲିସ ଦୁଇ ଜଣ ଙ୍କୁ ଗିରଫ କରିଛି।ଜଣେ ବ୍ୟକ୍ତି ବଡଖରିଡା ଗ୍ରାମର ହୀନବେହେରା ,ଅନ୍ୟ ଜଣକ ଝରଣ ଗ୍ରାମର ପ୍ରଦୀପ ପ୍ରଧାନ ।ପୁଲିସ ଅଭିଯୁକ୍ତ ମାନଙ୍କ ଠାରୁ ୨୦୦ ମଦପାଉଚ ଜବତ କରିଛି।ଏହା ନେଇ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।
















