କୋଦଳା,୨୦/୪(ସୂର୍ଯ୍ୟ ନାରାୟଣ ବଡୁ):-ମହାମାରୀ କରୋନା ଭାଇରସର ସଂକ୍ରମଣକୁ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ଯୋଜନା ପହଞ୍ଚୁଛି କି ନାହିଁ ତାହାର ତଦାରଖ କରିବା ପାଇଁ ବ୍ରହ୍ମପୁର ଉନ୍ନୟନ ଅଧିକାରୀ ତଥା କୋଦଳା ଏନଏସି ପ୍ରଶାସକ ସମ୍ବିତ ରାଉତ ଆଜି ଅଚାନକ କୋଦଳା ଏନଏସିର ଦୁଇଗୋଟି ସରକାରୀ ସୁଲଭ ମୂଲ୍ୟ ଦୋକାନରେ ପହଞ୍ଚି ସରକାର ଘୋଷଣା କରିଥିବା ରାସନ ସାମଗ୍ରୀ ସମେତ କାର୍ଡ ପିଛା ୧୦୦୦ /-ଲେଖାଏଁ ଟଙ୍କା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ ।

ବୁଝିବା ସହିତ କୌଣଷି ଲୋକଙ୍କୁ ଊତ୍କୋଚନ ଦେବାକୁ ପରାମର୍ଶ ଦେଇଥିଲେ ।କରୋନା ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିବା ଯୋଗୁ କୋଦଳା ପ୍ରଶାସନ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଏନଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ସ୍ୱଚ୍ଛତ। ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

















