ବ୍ରହ୍ମପୁର,୨୦/୪(ସୁଦାମ ମହାରଣା):ସାରା ବିଶ୍ବ କରୋନା ଭୂତାଣୁ ଦ୍ଵାରା କଲବଲ ହେଉଥିବା ବେଳେ ଏଭଳି ପ୍ରତିକୂଳ ପରିବେଶରେ କ୍ଷେତ୍ର କର୍ମଚାରୀ,ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବେଶ ଗୁରୁତ୍ୱ ପୂର୍ଣ୍ଣ ରହିଛି ।ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପୁରୁଷୋତ୍ତମପୁର ଏନ୍ ଏ ଏସି ର ସଫେଇ କର୍ମଚାରୀ ଓ କ୍ଷେତ୍ର କର୍ମଚାରୀ ଙ୍କୁ ପୁଷ୍ପ ଓ ହୁଳହୁଳି ଦେଇ ସମ୍ବର୍ଦ୍ଧନା କରିଥିଲେ । ସମସ୍ତ ସଫେଇ କର୍ମଚାରୀ ,କ୍ଷେତ୍ରକର୍ମଚାରୀଙ୍କୁ ଗ୍ଲୋବସ,ମାସ୍କ ବଣ୍ଟନ କରାଯାଇଥିଲା। ବିଧାୟିକା ନିଜ ବକ୍ତବ୍ୟ ରେ ସାମାଜିକ ଦୂରତ୍ୱ,ମାସ୍କ ପିନ୍ଧିବା,ଘରେ ରହିବା, ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ। ଏନ ଏ ଏସି ନିର୍ବାହୀ ଅଧିକାରୀ ଏ ନାଗେଶ୍ଵର ରାଓ,କନିଷ୍ଠ ଯନ୍ତ୍ରୀ ପ୍ରମୋଦିନି ମହାରଣା, ସିପି, ଗୋଷ୍ଠୀ ସଂଯୋଜିକା ଅଞ୍ଜଳି ପାଢ଼ୀ,ବିଜୁ ଯୁବ ବାହିନୀ ସଂଯୋଜକ ଅନୀଲ କୁମାର ବେହେରା ,ପ୍ରମୁଖ ଉପସ୍ଥିତ ଥିଲେ ।

















