ବ୍ରହ୍ମପୁର,୧୮/୪(ଋଷିକେଶ ବେହେରା):ବ୍ରହ୍ମପୁର ନିକଟସ୍ଥ ଲୋଚାପଡାର ଡି.ଲକ୍ଷ୍ମୀ ପାତ୍ର ଗତ ୧୪ ତାରିଖରେ ବ୍ରହ୍ମପୁର ବଡ ମେଡିକାଲରେ ତାଙ୍କର ଟ୍ୟୁମର ଅପରେସନ ପାଇଁ ଆସିଥିଲେ । କିନ୍ତୁ ତାଙ୍କର ରକ୍ତ ଅଭାବ କାରଣରୁ ଅପରେସନ ହୋଇପାରିନଥିଲା ଏବଂ ସେ ବହୁତ ଅସୁବିଧାର ସାମ୍ନା ହେଉଥିଲେ। ଡାକ୍ତର ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ମାତ୍ର ଗୋଟିଏ ୟୁନିଟ ରକ୍ତ ଦିଆଯାଇଥିଲା l ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ ହୋଇପଡିଥିଲା। କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ଲକ୍ଷ୍ମୀ ଙ୍କ ସମ୍ପର୍କୀୟ ଫୋନ୍ କରି ଜଣାଇଥିଲେ। ଏହା ପରେ ଜଣେ ସ୍ବେଛାସେବୀ ବ୍ୟକ୍ତି ‘ଓ ପଜିଟିଭ’ ରକ୍ତ ଆବଶ୍ୟକ ଥିବା ଖବରକୁ ବିଭିନ୍ନ ଗୃପରେ ପୋଷ୍ଟ କରିଥିଲେ। ଏହା ଦେଖି ବ୍ରହ୍ମପୁରର ଚନ୍ଦ୍ରପ୍ରଭା ସାହି ଅନନ୍ୟା ପଣ୍ଡା ତୁରନ୍ତ ନିଜ ସ୍କୁଟି ଯୋଗେ ମେଡିକାଲରେ ପହଞ୍ଚିଥିଲେ। ସେ ରକ୍ତ ଦେବା ପରେ ଲକ୍ଷ୍ମୀଙ୍କ ସ୍ବାସ୍ଥ୍ୟରେ ପରିବର୍ତନ ହୋଇଥିଲା । କରୋନା ସମୟରେ ଯୁବତିଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି I

















