Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଏମକେସିଜି ମେଡିକାଲ ରେ ସୁରକ୍ଷାକର୍ମୀଙ୍କ ଦାଦାଗିରି

ଏମକେସିଜି ମେଡିକାଲ ରେ ସୁରକ୍ଷାକର୍ମୀଙ୍କ ଦାଦାଗିରି

594
ADVERTISEMENT

ବ୍ରହ୍ମପୁର, ୧୭।୪ (ଗୁରୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ଏମକେସିଜି ବ୍ରହ୍ମପୁର ବଡ଼ ମେଡିକାଲ ଭାବରେ ପରିଚିତ । ଏଠାକୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରୋଗୀମାନେ ଆସିଥାନ୍ତି l କିନ୍ତୁ ଏହି ମେଡିକାଲରେ ଯେଉଁ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି ସେମାନେ ରୋଗୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଉଛନ୍ତି l ସେମାନଙ୍କ ପରିଚିତ ଲୋକମାନଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ଦେଉଛନ୍ତି ନଚେତ ରୋଗୀମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉନଥିବା ଏବଂ ରୋଗୀମାନଙ୍କୁ ଅଶ୍ଳିଳ ଭାଷାର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ଏବେ ଯେଉଁ କରୋନା ଚାଲିଛି ସେଥିପ୍ରତି ମେଡିକାଲରେ ସଚେତନ କରିବା ପରିବର୍ତ୍ତେ ଗଣ୍ଡଗୋଳ କରି ଗହଳି ସୃଷ୍ଟି କରୁଛନ୍ତି l ମେଡିକାଲ୍ ମଧ୍ୟରେ ସାମାଜିକ ଦୂରତା ରହୁ ନ ଥିବା ଦେଖିବାକୁ ମିଳିଛି । ତାହାକୁ ଜଣେ ସାମ୍ବାଦିକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସୁରକ୍ଷାକର୍ମୀମାନେ ଧମକ ଦେଇଛନ୍ତି l

Advertisement