Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପନିପରିବା ଓ ତେଜରାତି ବିକ୍ରୟ ଯାନକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତଦାରଖ

ପନିପରିବା ଓ ତେଜରାତି ବିକ୍ରୟ ଯାନକୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତଦାରଖ

577
ADVERTISEMENT


କନ୍ଧମାଳ, ୧୭।୪(ସୁରେଶ କୁମାର ପଣ୍ଡା):କନ୍ଧମାଳ କରୋନା ପାଇଁ ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିବା ସହ ସକାଳ ୭ଟାରୁ ୧୧ ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହୁଛି । ସେହି ସମୟରେ କେହି ପନିପରିବା ବା ତେଜରାତି ସାମାନ ନ କିଣି ରହିଯାଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଡ଼ା ବୃନ୍ଦା ଡ଼ି ଘରେ ଘରେ ପହଞ୍ଚି ପନିପରିବା, ଓ ତେଜରାତି ସାମାନ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ବାଲିଗୁଡ଼ା ଏନଏଏସିରେ ଏକ ଗାଡ଼ି ଯୋଗେ ସମସ୍ତ ୱାର୍ଡରେ ବୁଲି ବୁଲି ସାମାନ ଯୋଗାଉଛନ୍ତି । ଏହାକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଭ୍ରାମ୍ୟମାଣ ପନିପରିବା ଓ ତେଜରାତି ବିକ୍ରୟ ଯାନ ନାମ ଦିଆଯାଇଛି । ଏହାକୁ ପରିଚାଳନା କରୁଛନ୍ତି ବନବାସୀ କୃଷକ ଉତ୍ପାଦ ଗୋଷ୍ଠୀ ବାଲିଗୁଡ଼ା ଓ ସଂଯୋଜନା କରୁଛନ୍ତି । ଉଦ୍ୟାନ ବିଭାଗ ଓ ବନବାସୀ ସେବାସମିତି ବାଲିଗୁଡ଼ା ଆଜି ଏହା କିପରି ଚାଲିଛି ଓ ଲୋକଙ୍କୁ ଠିକ ଦରରେ ସାମଗ୍ରୀ ଦିଆ ହେଉଛି କି ନାହିଁ ତାହାର ତଦନ୍ତ କରିଛନ୍ତି ଏନଏଏସି କାର୍ଯ୍ୟନିର୍ବହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ ।

Advertisement