କନ୍ଧମାଳ, ୧୭।୪(ସୁରେଶ କୁମାର ପଣ୍ଡା):କନ୍ଧମାଳ ବିଜୁ ଜନତା ଦଳ କାର୍ଯ୍ୟାଳୟ ବାଲିଗୁଡ଼ା ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । କରୋନା ପାଇଁ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ନିଡ଼ାମ୍ବର ଭାବେ ପାଳନ କରାଯାଇଛି । ପ୍ରଥମେ ବିଜୁ ବାବୁଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ପରେ ବିଜୁବାବୁଙ୍କ ସ୍ମୃତି ଉପରେ ଅଭିଭାଷଣ ଦେଇଥିଲେ ।ଏହି ଶ୍ରାଦ୍ଧ ଦିବସରେ ବାଲିଗୁଡ଼ା ବ୍ଲକ ସଭାପତି ଟୁନା ଦାସ, ବାଲିଗୁଡ଼ା ଏନଏଏସି ଅଧକ୍ଷ ଲୋକନାଥ ପାଢ଼ୀ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ବ୍ଲକ ଉପସଭାପତି ବିଜେଶ୍ଵର ମଳିକ, ଉପସ୍ଥିତ ରହିବା ସହ ନେତା ଓ କର୍ମୀ ଯୋଗଦେଇଥିଲେ । କରୋନା ଭୂତାଣୁକୁ ମୁକାବିଲା ପାଇଁ ଆସିଥିବା ନେତା ଓ କର୍ମୀଙ୍କୁ ନିଜେ ସଚେତନ ରହିବା ସହ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ କହିଛନ୍ତି ଦଳର ସଭାପତି ଟୁନା ଦାସ ।

















