Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପାତ୍ରପୁର :କରୋନା ସଚେତନତା କାର୍ଯ୍ୟକ୍ରମ

ପାତ୍ରପୁର :କରୋନା ସଚେତନତା କାର୍ଯ୍ୟକ୍ରମ

486
ADVERTISEMENT

ପାତ୍ରପୁର,୧୭/୪(ଋଷିକେଶ ବେହେରା) –କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୋଲିସ ପ୍ରଶାସନ ରୋକିବା ପାଇଁ ଦିନ ରାତି ଏକ କରି ଲୋକଙ୍କୁ ଆହୁରି ଅଧିକ ସଚେତନ କରିବା ପାଇଁ ପୁରା ଦମରେ ଲାଗିପଡିଛନ୍ତି l ଚିକିଟି ପତଞ୍ଜଳି ଯୋଗ ସମିତି, ଆର୍ଯ୍ୟ ସମାଜ ଓ ପାତ୍ରପୁର ଉପାନ୍ତ ସାହିତ୍ୟ ସାଂସ୍କୃତିକ ସେବା ସଂସଦର କର୍ମକର୍ତ୍ତାମାନେ ଦେଶର ଏହି ଘଡି ସନ୍ଦୀ ମୁହୁର୍ତରେ ପୋଲିସବାହିନୀ ନିଷ୍ଠାପର ଦେଶ ସେବାରେ ସହଯୋଗର ହାତ ବଢlଇଛନ୍ତି l ଆଜି ଜରଡ଼ା ଥାନା ଅଧିକାରୀଙ୍କ ସହାୟତାରେ ଆମ୍ବପୁର ପଂଚାୟତର ଏସ. ଖଣ୍ଡଦେଉଳି, ଚଢେଇଗାଁ ମହାଦେଇପୁର ଓ ଜରଡ଼ା ରେ ଚିକିଟି ଏସ ଡ଼ି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଓ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଲୋକଙ୍କୁ କରୋନା ରୋଗ ସମ୍ପର୍କରେ ସଚେତନତା, ମlସ୍କର ଆବଶ୍ୟକତା, ସାମାଜିକ ଦୂରତା ଉପରେ ଆଲୋକପାତ କରିଥିଲେ l ଲୋକଙ୍କୁ ମlସ୍କ, ସାବୁନ ଓ ଛୋଟ ପିଲାଙ୍କୁ ବିସ୍କୁଟ ପ୍ରଦାନ କରାଯାଇଥିଲା lଏହି ସଚେତନତା କାର୍ଯ୍ୟକ୍ରମରେ ସୁଦୀପ୍ତ କୁମାର ପଟନାୟକ, ମାଧବ ବlଡ଼ତ୍ୟା, ଅଜିତ ପଣ୍ଡା, ମନୋଜ ମହାନ୍ତି,ଶଶାଙ୍କ କୁମାର ପ୍ରଧାନ, ନିଶାମଣି ପ୍ରଧାନ ଭଗବାନ ସାହୁ, ସୁରେନ୍ଦ୍ର ମହାପାତ୍ର, ମାଗତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Advertisement