Thursday, October 8, 2026
ADVERTISEMENT
Home ଆଞ୍ଚଳିକ ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲେ କୋଭିଡ୍-୧୯ ଚିକିତ୍ସାଳୟ

ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ଷମ ହେଲେ କୋଭିଡ୍-୧୯ ଚିକିତ୍ସାଳୟ

402
ADVERTISEMENT

ପାରଳାଖେମୁଣ୍ଡି,୧୨/୪(ପ୍ରଭାତ କୁମାର ପାତ୍ର):ଗଜପତି ଜିଲ୍ଲାରେ କରୋନା ଭୂତାଣୁରୁ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ଆଜି ଠାରୁ ଜନ ସାଧାରଣଙ୍କ ସେବା ପାଇଁ କାର୍ଯ୍ୟକ୍ଷମ ହୋଇଛି। ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଅନୁଷ୍ଠାନିକ ଭାବେ ଏହାକୁ ସାଧାରଣଙ୍କ ସେବା ପାଇଁ ଲୋକାପିତ କରିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଚିକିତ୍ସାଳୟରେ ଆସିୟୁ ପାଇଁ ଅଧିକା ୧୦ ଗୋଟି ଶଯ୍ୟା ରହିଛି ମୋଟ ୧୧୦ ଶଯ୍ୟା ରହିଛି। କରୋନାରୀ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କ କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟ ଏକ ବଳିଷ୍ଠ ପଦକ୍ଷେପ। ଆଜି ଠାରୁ ଏଠାରେ ଲୋକଙ୍କୁ ସେବା ଆରମ୍ଭ ହେବ। ଏଠାରେ ମୋଟ ୨୦ ଜଣ ଡାକ୍ତରଙ୍କ ସହ ୪୩ ଜଣ କର୍ମଚାରୀ ଯଥା ଟେକନିସିଆନ ଏବଂ ସ୍ବାସ୍ଥ୍ୟ ସେବା ପାଇଁ ଆବଶ୍ୟକ କର୍ମଚାରୀ ହାଇଟେକ୍ ଦ୍ୱାରା ନିୟୋଜିତ ହୋଇଛନ୍ତି। ଏହି ଅବସରରେ ଜିଲ୍ଲା ସ୍ତରୀୟ ବୋହୂ ପଦ ଅଧିକାରୀ ଓ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଗୋନୁରାଣୀ ପଟ୍ଟନାୟକ, ସମସ୍ତ କର୍ମଚାରୀ ଉପସ୍ଥିତି ଥିଲେ।

Advertisement