Tuesday, September 8, 2026
ADVERTISEMENT
Home ଆଞ୍ଚଳିକ କର୍ମଚାରୀଙ୍କ ଅବସର ସମ୍ବର୍ଦ୍ଧନା ସଭାରେ ଟଳି ପଡ଼ିଲେ ଅଧ୍ୟାପକ

କର୍ମଚାରୀଙ୍କ ଅବସର ସମ୍ବର୍ଦ୍ଧନା ସଭାରେ ଟଳି ପଡ଼ିଲେ ଅଧ୍ୟାପକ

358
ADVERTISEMENT

ପୋଲସରା, ୫/୭ (ଡି.ଏଚ.ବି) : ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। କଲେଜର ଜଣେ କର୍ମଚାରୀଙ୍କ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଭାଷଣ ଦେବା ବେଳେ ଜଣେ ଅଧ୍ୟାପକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି।

ମହାବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମଚରଣ ବେହେରା (୬୦) ଜୁନ୍‌ ୩୦ ତାରିଖରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଆଜି ଅଧ୍ୟକ୍ଷ ଦିବାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ପଦ୍ମଚରଣ ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ବେହେରା ଭାଷଣ ଦେବାବେଳେ ଶିକ୍ଷା ବିଭାଗର ଅଧ୍ୟାପକ ଅଶୋକ କୁମାର ପଣ୍ଡା (୫୯) ହଠାତ୍‌ ଛାତିରେ ଯନ୍ତ୍ରଣା ‌ଅନୁଭବ କରିଥିଲେ। ତାଙ୍କୁ ସଂଗେସଂଗେ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥି‌ଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବର୍ଗତ ଅଧ୍ୟାପକ ପଣ୍ଡାଙ୍କ ଘର ବୁଗୁଡ଼ା ବ୍ଲକ୍‌ରେ । ତାଙ୍କର ଦୁଇ ପୁଅ ଓ ପତ୍ନୀ ଅଛନ୍ତି। ପରିବାରବର୍ଗ ଆସି ତାଙ୍କ ମୃତଦେହକୁ ବୁଗୁଡ଼ା ନେଇଥିଲେ। ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ସେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିଲେ।

Advertisement