

ବ୍ରହ୍ମପୁର,୫/୭ (ଡି.ଏଚ.ବି): ସହରର ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ଧର୍ମୀୟ ଭାବନା ସହକାରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। । ରଥଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ୯ଦିନ ବ୍ୟାପି ପାଳିତ ହେଉଥିବା ଏହି ରଥଯାତ୍ରା ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଭଗିନୀ ସୁଭଦ୍ରାଙ୍କୁ ପ୍ରଥମେ ପହଣ୍ଡି ବିଜେ କରାଯାଇଥିଲା । ପରେ ଅପରାହ୍ନରେ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ପାରମ୍ପାରିକ ରୀତିନୀତି ଅନୁସାରେ ରଥ ପରିସରରେ ଛେରାପହଁରା କାର୍ଯ୍ୟ ସମାପନ ହୋଇଥିଲା । ଶ୍ରଦ୍ଧାଳୁ ଙ୍କ ସମାଗମ ରେ ରଥ କୁ ଟାଣି ଟାଣି ମାଉସୀ ମା ମନ୍ଦିର କୁ ଭକ୍ତ ମାନେ ନେଇଥିଲେ । ଗୋଷାଣୀ ନୂଆଗାଁ , ବିଜିପୁର , କୋର୍ଟ ପେଟା ଜଗନ୍ନାଥ ମନ୍ଦିରରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ ହୋଇଥିଲା । ଭକ୍ତ ଙ୍କ ସୁରକ୍ଷା ପାଇଁ ସହର ର ବିଭିନ୍ନ ସ୍ଥାନରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ରଥଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଭଜନ ସନ୍ଧ୍ୟା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।