Tuesday, September 22, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ଖୋଲିଲା ଦୁଗ୍ଧ ଏଟିମି

ବ୍ରହ୍ମପୁରରେ ଖୋଲିଲା ଦୁଗ୍ଧ ଏଟିମି

484
ADVERTISEMENT

ବ୍ରହ୍ମପୁର, ୫/୭ (ଡି.ଏଚ.ବି) : ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡ୍‌ ପକ୍ଷରୁ ରାଜ୍ୟର ପ୍ରଥମ ଦୁଗ୍ଧ ବିଶୋଧିତ ଏବଂ ଭିଟାମିନ ମିଶ୍ରିତ ଏଟିଏମ ଗୁରୁବାର ବ୍ରହ୍ମପୁର ଗେଟ୍‌ବଜାର ନିକଟସ୍ଥ ସଂଘ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉଦ୍‌ଘାଟନ କରିଥିଲେ। ଏହିପରି ଆଉ ୯ଟି ସ୍ଥାନରେ ଦୁଗ୍ଧ ଏଟିଏମ୍‌ ଖୋଲାଯିବ ବୋଲି ଜିଲାପାଳ କୁଲାଙ୍ଗେ କହିଛନ୍ତି। ସଂଘର ସଭାପତି ରଜନୀକାନ୍ତ ମଣ୍ଡଳ, ଟାଟା ଷ୍ଟିଲ୍‌ର ସିଏସ୍‌ଆର୍‌ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ରାଷ୍ଟ୍ରୀୟ ଗୋ-ବିକାଶ ବୋର୍ଡର ରାଜ୍ୟ ସମନ୍ବୟକାରୀ ଧନରାଜ କ୍ଷେତ୍ରୀ, ଟାଟା ଷ୍ଟିଲ୍‌ ରୁରାଲ୍‌ ଡେଭଲପ୍‌ମେଣ୍ଟ ସୋସାଇଟି ମୁଖ୍ୟ ରକି ମାର୍ଟିନ୍‌ ଏବଂ ସଂଘର ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।

Advertisement