Thursday, September 24, 2026
ADVERTISEMENT
Home କୋରାପୁଟ କୋରାପୁଟରେ ବିଦ୍ୟୁତ ଆଘାତରେ ୬ ଗୁରୁତର

କୋରାପୁଟରେ ବିଦ୍ୟୁତ ଆଘାତରେ ୬ ଗୁରୁତର

270
ADVERTISEMENT

କୋରାପୁଟ,୩।୪( ଦୟାନିଧି ପଟନାୟକ) :ବୋରିଗୁମ୍ମା ବ୍ଳକ ସର୍ଗିଗୁଡା ଗ୍ରାମର ଦେବ ହରିଜନ ତାଙ୍କ ନବନିର୍ମିତ ଛାତଘର କ୍ୟୁରିଂ କରୁଥିବା ସମୟରେ ବିଜୁଳି ଆଘାତ ଲାଗି ତାଙ୍କ ସହିତ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।ଗ୍ରାମବାସୀଙ୍କ ସହାୟତାରେ ନିକଟସ୍ଥ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଚିକିତ୍ସା ପାଇଁ ନେଇଥିଲେ ।କିନ୍ତୁ କିଛି ସମୟ ଚିକିତ୍ସା ପରେ ସେମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି ।ସର୍ବାଧିକ ସଂକଟାପନ୍ନ ଥିବା ଦୂର୍ଯ୍ୟୋ ହରିଜନଙ୍କୁ ଘରୋଇ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।ଅନ୍ୟ ଆହତ ମାନେ ହେଲେ ଦେବ ହରିଜନ, ଚନ୍ଦ୍ର ହରିଜନ, ରୁପଧର ହରିଜନ,କୁମ୍ବ ହରିଜନ ଓ ପବିତ୍ର ହରିଜନ ।ପର୍ଯାୟ କ୍ରମେ ସରକାରୀ ଆମ୍ବୁଲାନ୍ସରେ ସମସ୍ତ ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯିବାର ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

Advertisement