ବିଜୁ ପକ୍କା ଘର ଓ ନିର୍ମାଣ ଶ୍ରମିକ ଯୋଜନା କାହା ପାଇଁ ?

376
ADVERTISEMENT

କୁକୁଡ଼ାଖଣ୍ଡି, ୪/୭ ଇ .ରଞ୍ଜନ : କୁକୁଡ଼ାଖଣ୍ଡି ବ୍ଲକ୍ ର ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଗୃହ ନିର୍ମାଣ ପାଇଁ ଆଦେଶ ପତ୍ର ପ୍ରଦାନ କରିଥିଲେ । କିନ୍ତୁ ସେମାନଙ୍କ ଏକାଉଣ୍ଟ୍କୁ ଟଙ୍କା ଯାଇନଥିବା ଅଭିଯୋଗ ହୋଇଛି । ଗୃହ ନିର୍ମାଣ ପାଇଁ ଆଦେଶ ପତ୍ର ପ୍ରଦାନ କରି ଦୀର୍ଘ ୪ ରୁ ୫ ମାସ ବିତି ଯାଇଥିଲେ ସୁଦ୍ଧା ହିତାଧିକାରୀ ବାରମ୍ବାର ବ୍ଲକ୍ ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଅଭିଯୋଗ କାରୀ ଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଗତ ଦିନର ଯୋଗାଣ ମନ୍ତ୍ରୀ ଥିବା ବେଳେ ଶେଷ ପିଠା କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ନିମନ୍ତେ ଆଦେଶ ପତ୍ର ପ୍ରଦାନ କରିଥିଲେ । କିନ୍ତୁ କୌଣସି ଦୃଷ୍ଟି ଦେଇନଥିବା ହେତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ମାନେ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିବନାନନ୍ଦ ମଲ୍ଲିକ କହିବା ଅନୁଯାୟୀ କାହାକୁ ରାଜ୍ୟ ସ୍ତରରେ ଏକାଉଣ୍ଟ୍ ତଦନ୍ତ ଦିଆ ଯାଇଛି ତ ଆଉ କାହାକୁ କୁହାଯାଇଛି , ଜିଲ୍ଲା ଯୋଜନା ବୋର୍ଡରେ ତଦନ୍ତ ପରିସୀମାରେ ରହିଛି, ବୋଲି ସଫେଇ ଦେଇ ଦିନ ପରେ ଦିନ ଗଡ଼େଇ ଚାଲିଛନ୍ତି । ଯାହା ଫଳରେ ହିତାଧିକାରୀ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ପିସି ନଦେଲେ କୌଣସି କାମ ସଫଳ ହେଉନଥିବା ଅଭିଯୋଗ କରିଛନ୍ତି ।

Advertisement