ବ୍ରହ୍ମପୁର, ୪/୭ (ଡି.ଏଚ.ବି): ବ୍ରହ୍ମପୁର ସହରର ଗମନାଗମନ ବ୍ୟବସ୍ଥା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା କହିଛନ୍ତି । ବ୍ରହ୍ମପୁର ସହରକୁ ଅମୃତ ସହର ତାଲିକାରେ ଯୋଡ଼ା ଯାଇଛି । କିନ୍ତୁ ରଜ୍ୟ ସରକାରଙ୍କ ବହୁ ଟଙ୍କା ରୋଡ଼ ନିର୍ମାଣରେ ବରାଦ ହେଉଥିବା ବେଳେ ସହରର ଗେଟ୍ ବଜାର ଠାରୁ ବ୍ରଜନଗର ରାସ୍ତା କେବେ ତିଆରି ହେବ ତାହା ବୁଦ୍ଧି ଯିବୀ ମହଲରେ ଚର୍ଚ୍ଚା ହେଉଛି । ପ୍ରଶାସନର ଏହା ପ୍ରତି ଦୃଷ୍ଟି ପଡୁଥିଲେ ମଧ୍ୟ ଏହାକୁ ଦେଖି ନ ଦେଖିଲା ଭଳି ଚାଲିଯାଉଛନ୍ତି । ଯଦି ସହରର ରାସ୍ତା ଏମିତି ହୁଏ ତେବେ ଗ୍ରାମାଞ୍ଚଳ ମାନଙ୍କରେ ରାସ୍ତା କେମିତି ଥିବ ବୋଲି ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । ବ୍ରହ୍ମପୁର ସହରର ଅନେକ ସ୍ଥାନରେ ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳୁଥିବା ବେଳେ ସେହି ରାସ୍ତାକୁ ଆଉ ମରାମତି କରା ଯାଉନାହିଁ । ଫଳରେ ଯାନ ବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଆଗକୁ ବର୍ଷା ଋତୁ ଆସୁଛି ଯଦି ସହରରେ ରାସ୍ତା ଘାଟ ଠିକ୍ କରା ନ ଯାଏ ତାହା ହେଲେ ଘର ଭିତରେ ପାଣି ପଶିବାର ସମ୍ବାଭନା ରହିଛି ।