Thursday, October 22, 2026
ADVERTISEMENT
Home ମୁଖ୍ୟ ଖବର ରଥରେ ତିନି ଠାକୁର : ସରିଲା ପହଣ୍ଡି

ରଥରେ ତିନି ଠାକୁର : ସରିଲା ପହଣ୍ଡି

406
ADVERTISEMENT

ପୁରୀ, ୪/୭(ଡି.ଏଚ.ବି): ଆରମ୍ଭ ହୋଇଯାଇଛି ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବଡ଼ ଦାଣ୍ଡରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଇତି ମଧ୍ୟରେ ପ୍ରଭୁଙ୍କର ପହଣ୍ଡି ସମାପ୍ତ ହୋଇସାରିଛି। ଗୋଟି ପହଣ୍ଡିରେ ଆସି ରଥାରୂଢ଼ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ହୋଇଥିବା ବେଳେ ପରେ ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଏହାପରେ ଦେବୀ ସୁଭଦ୍ରା ଓ ଶେଷରେ ରତ୍ନ ସିଂହାସନରୁ ଓହ୍ଲାଇ ଗୋଟି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ପ୍ରଥମେ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଥିଲା। ଏହା ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଘଣ୍ଟ, ଖୋଳ, କାହାଳୀର ତାଳେ ତାଳେ ଶ୍ରୀମନ୍ଦିରରୁ ବାହାରିଥିଲେ ଶ୍ରୀଜୀଉ।

Advertisement