ମାନସିକ ଭାରସାମ୍ୟ ହରାଇ ବୃଦ୍ଧଙ୍କ ଆତ୍ମହତ୍ୟା

133
ADVERTISEMENT

ହିଂଜିଳିକାଟୁ, ୩ା୭ (ଶେଷଦେବ ସାହୁ): ହିଂଜିଳି ଥାନା ସିକିରି ଗ୍ରାମ ପମ୍ପ ହାଉସ ନିକଟରେ ବୁଧବାର ସକାଳେ ଜୈନିକ ବୃଦ୍ଧ ପିନ୍ଧା ଗାମୁଛା ସହାୟତାରେ ଆତ୍ମହତ୍ୟା କରିଛି । ମୃତକ ଜଣକ କୋଦଳା ଥାନା ଅଂଚଳର ଦେବ ଦାସ (୫୦) । ତାଙ୍କରି ପରିବାର ଦୀର୍ଘ ବର୍ଷ ଧରି ହିଂଜିଳି ପୋଖରୀବନ୍ଧ ସାହିରେ ରହି ଆସୁଥିଲେ । ବୃଦ୍ଧ ଜଣକ ଦୀର୍ଘ ୧୦ ବର୍ଷ ଧରି ନିଖୋଜ ଥିଲେ । ଗତ ୨ ଦିନ ପୂର୍ବେ ଗ୍ରାମକୁ ପେରି ଆସିବା ପରେ ଗତ ୨ ମାସ ପୂର୍ବରୁ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜାଣି ପାରିଥିଲେ । ମଙ୍ଗଳବାର ରାତିରେ ଘରୁ କେଉଁଆଡେ଼ ଚାଲି ଯାଇଥିଲେ । ବୁଧବାର ସକାଳୁ ସିକିରି ଗ୍ରାମ ପମ୍ପ ହାଉସ ନିକଟରେ ଏକ ରେଲିଂରେ ପିନ୍ଧିଥିବା ଗାମୁଛାକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିଲା । ବୁଧବାର ସକାଳୁ ଗ୍ରାମର କିଛି ବ୍ୟକ୍ତି ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଗାଧୋଇବା ପାଇଁ ଯିବା ସମୟରେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହକୁ ଦେଖିପାରି ହିଂଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ମୃତଦେହକୁ ଜବତ କରିଥିଲେ । ବୃଦ୍ଧଙ୍କ ପୁଅ ସିଲୁଙ୍କ ରିପୋର୍ଟ ଅନୁସାରେ କେସ ନଂ- ୧୪/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠା ଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ସ୍ତ୍ରୀ ମୃତ୍ୟୁର ଦୁଃଖ ସହିନପାରି ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ନେଇ ସିଲୁ ଅନୁମାନ କରିଛନ୍ତି ।

Advertisement