ଛତ୍ରପୁର ସଡକ ଦୁର୍ଘଟଣା ରେ ଶିଳ୍ପ ଆନୁଷ୍ଠାନର ଛାତ୍ରୀ ମୃତ

170
ADVERTISEMENT

ଛତ୍ରପୁର ,୩/୭ (ରଞ୍ଜନ) : ଛତ୍ରପୁର ନିକଟସ୍ଥ ଚିକଲଖଣ୍ଡି ନିକଟରେ ଏକ ଟ୍ରାକଟର ସହ ସାଇକେଲ ର ଧକା ହେବା ଫଳରେ ସାଇକେଲ ଆରୋହୀଙ୍କର ମୁତ୍ୟୁ ଘଟିଛି । ସାଇକେଲ ଆରୋହୀ ଜଣକ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରୀ । ଛାତ୍ରୀ ଜଣକ ଝାରପୋଖରୀ ଗ୍ରାମର ଝିଅ ସୁରବୀ ଦାସ (୧୭) , ସେ ଅନୁଷ୍ଠାନକୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ଘଟଣା ସ୍ଥଳରେ ଛାତ୍ରୀଙ୍କର ମୁତ୍ୟୁ ଘଟିଛି । ଡ୍ରାଇଭରଟି ଗାଡି ଛାଡ଼ି ଫେରାର ହୋଇଯାଇ ଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଚଲାଇଛନ୍ତି।

Advertisement