Sunday, November 22, 2026
ADVERTISEMENT
Home ଆଞ୍ଚଳିକ କରୋନା ସଂକ୍ରମଣ ରୋକିବାରେ ବିଦ୍ୟାଳୟ ସହ ଶିକ୍ଷକମାନଙ୍କୁ ଛୁଟି ପ୍ରଦାନ ସମୟ ଉପଯୋଗୀ

କରୋନା ସଂକ୍ରମଣ ରୋକିବାରେ ବିଦ୍ୟାଳୟ ସହ ଶିକ୍ଷକମାନଙ୍କୁ ଛୁଟି ପ୍ରଦାନ ସମୟ ଉପଯୋଗୀ

210
ADVERTISEMENT

ବ୍ରହ୍ମପୁର,୧୭ା୩(ବ୍ୟୁରୋ ): ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଆଉ କୌଣସି କାର୍ଯ୍ୟରେ ନିୟଜିତ କରିବା ଉଚିତ୍ ନୁହେଁ ବୋଲି ବରିଷ୍ଠ ଶିକ୍ଷାବିତ୍ମାନେ ସରକାରଙ୍କୁ ପରାମର୍ଶ ଦେଉଥିବାବେଳେ ସରକାର ମଧ୍ୟ ଏହି ବିଷୟ ଉରେ ଗଭୀରଭାବେ ବିଚାର କରୁଛନ୍ତି ବୋଲି ହେଉଥିବା ସଫେଇର କୌଣସି ମୂଲ୍ୟ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କରୋନା ସଂକ୍ରମଣ ପ୍ରତିରୋଧ ପାଇଁ ଭାରତ ବର୍ଷର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପ୍ରତିପେକ୍ଷୀରେ ଓଡିଶା ସରକାର ମଧ୍ୟ ୫୫ ହଜାର ବିଦ୍ୟାଳୟକୁ ଛୁଟି ଘୋଷଣା କରାିବା ସହ ୧ଲକ୍ଷ ରୁ ଶିକ୍ଷକମାନଙ୍କୁ ଚଳିତ ୩୧ାଏଁ ଛୁଟିରେ ରହିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । କିନ୍ତୁ ଆବଶ୍ୟକ ପଡିଲେ ସେମାନଙ୍କୁ କାର୍ଯ୍ୟରେ ନିୟୋ ଜିତ କରାିବା ପାଇଁ ଫୋନ୍ ସବୁବେଳେ ଖୋଲା ରଖିବା ପାଇଁ ପରାମର୍ଶ ଦିଆଯାଇଛି । କିଛି ବିରୋଧି ଦଳର ନେତା ଶିକ୍ଷକମାନଙ୍କୁ ଛୁଟି ପ୍ରଦାନ କରିବା ସରକାରଙ୍କ ଦୂର ଦୃଷ୍ଟି ଅଭାବ ଏବଂ ଧୁଆଁ ବାଣ ବୋଲି ସରକାରଙ୍କୁ ସମାଲୋଚନା କରୁଛନ୍ତି ।
ପୂର୍ବରୁ ବାତ୍ୟାବନ୍ୟା ବେଳେ ରାଜ୍ୟ ସରକାର ବିଦ୍ୟାଳୟର ଛାତ୍ରଛାତ୍ରୀ ଛୁଟି ଦେଉଥିବାବେଳେ ଶିକ୍ଷକଙ୍କ ଉପସ୍ଥାନ କଡାକଡି କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ସେହି ଅଭିଜ୍ଞତାରୁ ଦେଖାାଇଥିଲା ଛାତ୍ରଛାତ୍ରୀ ନଥିଲେ ଶିକ୍ଷକ ବିଦ୍ୟାଳୟରେ କ’ଣ କରିବେ ? କେବଳ ନିଦେ୍ର୍ଧଶ ପାଳନ ପାଇଁ ଉପସ୍ଥାନ ଖାତାରେ ଦସ୍ତଖତ କରି ସମୟ ପୂର୍ବରୁ ଫେରୁଥିଲେ । କିମ୍ବା ବିଦ୍ୟାଳୟରେ ଅଯଥା ଗପ ସପ କରି ସମୟ ନଷ୍ଟ କରୁଥିଲେ ଏବଂ ଆଉ ଦଳେ ଶିକ୍ଷକ ବିଦ୍ୟାଳୟକୁ ନଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରୁଥିଲେ ଏହି ବ୍ୟବସ୍ଥାରେ ନା ସରକାରଙ୍କର ନା’ ଶିକ୍ଷକଙ୍କର ନା’ ଛାତ୍ରଛାତ୍ରୀ ଅବିଭାବକଙ୍କର କାହାର ବି ଲାଭ ହେଉନଥିଲା । କେବଳ ଅନିଚ୍ଛାକୃତ ଭାବେ ନିଦେ୍ର୍ଧଶ ପାଳନ ହେଉଥିଲା । ବର୍ତମାନ ପରିସ୍ଥିତିରେ ଶିକ୍ଷକମାନେ ଛୁଟିରେ ରହିବେ । ଦରକାର ବେଳେ ବିଭିନ୍ନ ଅଂଚଳରେ ନିୟୋଜିତ ଦେବା ନିଷ୍ପର୍ତି ଯୁଗୋପଯଗୀ ବୋଳି ସାଧାରଣରେ କୁହାଯାଉଛି ।

Advertisement