କୁକୁଡାଖଣ୍ଡି,୧୭।୩(ଇ. ରଞ୍ଜନ): ସାରା ବିଶ୍ୱକୁ ଘାରିଛି କରୋନା ମୁକାବିଲା ଚିନ୍ତା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେଇ ଜିଲ୍ଲାରେ ୧୪୪ ଧାରା ଜାରି କରିବା ସହ ସମସ୍ତ ସଭା ସମିତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକି ଅମାନ୍ୟ କରି କୁକୁଡାଖଣ୍ଡି ବ୍ଲକ ଡେଙ୍ଗାପଦର ଗ୍ରାମରେ ଓ ମାଇ ଗଡ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପକ୍ଷରୁ ଦିବାରାତ୍ର ମ୍ୟାଚ୍ ଚାଲିଥିଲା । ଯାହାକି ୧୪୪ ଧାରା କୁ ସଂପୂର୍ଣ୍ଣ ଉଲଘଂନ କରିଥିଲା। ଏନେଇ ବ୍ରହ୍ମପୁର ଏସପି ପିନାକ ମିଶ୍ର ଅବଗତ ହେବା ପରେ ସଦରଥାନା କୁ କାଯ୍ୟାନୁଷ୍ଟାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମ୍ୟାଚ ବନ୍ଦ କରିବା ସହ ଆୟୋଜକଙ୍କ ବିରୋଧରେ ୧୮୮ ଆଇପିସି ଅନୁଯାୟୀ ୮୬/୨୦ ରେ ଏକ ମାମଲା ରୁଜୁ କରିଛି। ୩ଦିନ ପୂର୍ଵରୁ ସଦରଥାନା ଅଧିକାରୀଙ୍କୁ ମ୍ୟାଚ କରିବାକୁ ଅନୁମତି ମାଗିଥିଲେ କିନ୍ତୁ ସେ ରୋକଠକ ମନା କରିଥିଲେ , ପରେ ଆୟୋଜକ କମିଟି ଅମାନ୍ୟ କରି ମ୍ୟାଚ୍ କରିଥିଲେ । ଏହାକୁ ଡେଗାଂପଦର ସରପଞ୍ଚ ସୀତାରାମ ସାହୁ ଉଦ୍ ଘାଟନ କରିଥିଲେ।ଏଥିରେ ଅନେକ ବିଶିଷ୍ଚ ରାଜନୈତିକ ବ୍ୟକ୍ତି ସାମିଲ ଥିବା ଜଣାପଡିଛି ।

















