Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କରୋନା ତଢ଼ାର କଠୋର ପଦକ୍ଷେପରେ ଗଂଜାମ ଦଣ୍ଡଯାତ୍ରା ପ୍ରଭାବିତ, ୧୩ ଦିନ କେମିତି କଟିବ ?

କରୋନା ତଢ଼ାର କଠୋର ପଦକ୍ଷେପରେ ଗଂଜାମ ଦଣ୍ଡଯାତ୍ରା ପ୍ରଭାବିତ, ୧୩ ଦିନ କେମିତି କଟିବ ?

381
ADVERTISEMENT

ବ୍ରହ୍ମପୁର,୧୭ା୩(ବ୍ୟୁରୋ): କରୋନା ସଂକ୍ରମଣ ପ୍ରତିହତ ପାଇଁ ସାରା ବିଶ୍ୱର ଲଢେ଼ଇ ଚାଲିଥିବାବେଳେ ଓଡିଶା ସମେତ ଭାରତର ଆଗୁଆ ପଦକ୍ଷେ କେତେକାଂଶରେ ଆସ୍ୱସ୍ତି ପ୍ରଦାନ କରିଛି । ଏଯାବତ୍ ଓଡିଶାରେ କୌଣସି ବ୍ୟକ୍ତିଙ୍କର କରୋନା ସଂକ୍ରମଣରେ ମୁର୍ତ୍ୟୁ ହୋଇନାହିଁ କିନ୍ତୁ ବ୍ରହ୍ମପୁର ଏବଂ ଭୂବନେଶ୍ୱରରେ ଦୁଇ ଜଣ ବିଦେଶୀ ଫେରନ୍ତା ବ୍ୟକ୍ତିଙ୍କର କରୋନା ଚିହ୍ନଟ ହେବାରେ ଚିିକିତ୍ସା ବ୍ୟବସ୍ଥାକୁ ବଢ଼ାଇ ଦିଆାଯାଇଛି ଏବଂ ଆଗୁଆ ପ୍ରତିକାର ବ୍ୟବସ୍ଥାକୁ କଠୋର କରିଦିଆାଇଛି । ଆଗୁଆ ପ୍ରତିକାର ସ୍ୱରୂ ଏହି ରୋଗର ଜନଗହଳିକୁ ସବୁ କ୍ଷେତ୍ରରେ ୧୪୪ଧାରା ଜାରୀ କରି ରୋକାିବାରେ ସରକାର ସକ୍ଷମ ହୋଇପାରିଛନ୍ତି । ସରକାରଙ୍କ ଏହି ଦକ୍ଷେପକୁ ସୂଂର୍ଣ୍ଣ ଭାବେ ସମର୍ଥନ କରୁ ଥିବାବେଳେ କିଛି ବ୍ୟବସାୟିକ ସଂଗଠନ ବିରୋଧ କରୁ ଛନ୍ତି । ଏହା ଫଳରେ ସାଧାରଣ ଜୀବନାତ୍ରା ଅସ୍ୱାଭାବିକ ହେବ ବୋଲି ଆଉ କେତେକ ମତ ଦେଇଛନ୍ତି । ଏହା ଛଡା ଗଂଜାମର ପାରମ୍ପରିକ ଚୈତ୍ର ମଙ୍ଗଳବାରଯାତ୍ରାଗୁଡିକୁ ରୋକାିବାରେ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି କୁଠାରଘାତ କରାଯାଇଥିବା ସମାଲୋଚନା କରାାଇଛି । ଆଉ ଦୁଇ ସପ୍ତାହ ପରେ ଗଂଜାମର ସର୍ବଶ୍ରେଷ୍ଠ ଦଣ୍ଡକାଳୀ ଯାତ୍ରା ବା ଦଣ୍ଡୁଆମାନଙ୍କର ଦଣ୍ଡଯାତ୍ରା ଆରମ୍ଭ ହେବ । ଏହିଯାତ୍ରା କେଉଁ ଆବାହନ କାଳରୁ ମାନସିକ ଯାତ୍ରା ଭାବେ ପ୍ରଚଳିତ । ଯଦିଓ ଏହାର ରିତିନୀତିରେ ଆଧୁନିକର ଛାପ ପ୍ରବଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ତଥା ପାରମ୍ପରିକ ଯାତ୍ରା ଭାବେ ଏହା ସର୍ବତ୍ର ପରିଚିତ । ଏହି କ୍ରମରେ କେତେକ ଦଳ ମହାବିଷୁବ ସଂକ୍ରାନ୍ତିର ୧୩ ଦିନ ଏବଂ ୨୧ଦିନ ପୂର୍ବରୁ ବାହାରିଥାନ୍ତି । ସମସ୍ତ ଦଳ ଭିନ୍ନ ଭିନ୍ନ ପ୍ରନ୍ତରେ ନିଜ ନିଜର ନାଟ ଶେଷକରି ପୃଥକ୍ ପୃଥକ୍ ଭାବେ ସ୍ୱସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଦିନ ମେରୁ ଉତ୍ସବ ପାଳନ କରି ଯାତ୍ରା ଉଦ୍ୟା ପ୍ରବଳଭାବରେ ବୃଦ୍ଧି ପାଇବାରେ ଲାଗିଛି । ତଥାପି ପାରମ୍ପରିକ ଯାତ୍ରା ଭାବେ ଏହା ସର୍ବତ୍ର ପରିଚିତ । ଏହି କ୍ରମରେ କେତେକ ଦଳ ମହାବିଷୁବ ସଂକ୍ରାନ୍ତିର ୧୩ ଦିନ ଏବଂ ୨୧ଦିନ ପୂର୍ବରୁ ବାହାରିଥାନ୍ତି । ସମସ୍ତ ଦଳ ଭିନ୍ନ ଭିନ୍ନ ପ୍ରନ୍ତରେ ନିଜ ନିଜର ନାଟ ଶେଷକରି ପୃଥକ୍ ପୃଥକ୍ ଭାବେ ସ୍ୱସ୍ଥାନରେ ମହାବିଷୁବ ସଂକ୍ରାନ୍ତି ଦିନ ମେରୁ ଉତ୍ସବ ପାଳନ କରି ଯାତ୍ରା ଉଦ୍ୟାପନ ଘୋଷଣା କରିଥାନ୍ତି । ଏହି ସବୁଯାତ୍ରାଗୁଡିକୁ ପ୍ରବଳ ଜନସମାଗମ ହୋଇଥାଏ । ଜନସମାଗମରେ କରୋନା ସଂକ୍ରମଣ ବ୍ୟାପିବା ଆଶଂକାରେ ଜିଲ୍ଲା ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୩୧ତାରିଖ ଯାଏଁ ଲାଗୁ କରିଥିବାବେଳେ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୧୫ ଯାଏଁ ତାହାକୁ ବୃଦ୍ଧି କରାାଇଥିବା ଘୋଷଣା କରାାଇଛି । ଏଥିରେ ଦଣ୍ଡୁଆ ଦଳଗୁଡିକ କିଭଳି ଭାବେ ପରମ୍ପରା ରକ୍ଷା କରିବେ ଏବଂ ୧୩ କିମ୍ବା ୨୧ଦିନ କିଭଳି ଖାଦ୍ୟ ପାନୀୟ ପାଇବେ ସେନେଇ ସାଧାରଣରେ ଘୋର ଉଦ୍ବେଗ ପ୍ରକାଶ ପାଇଛି । ଗଂଜାମରେ ପ୍ରାୟ ବିଭିନ୍ନ ସ୍ଥାନରେ ୧୬୦ଟି ଦଣ୍ଡନାଚ ଦଳ ରହିଥିବାବବେଳ ଗଂଜାମ ସମେତ ରାଜ୍ୟର ବିଭିନ୍ନ ଅଂଚଳ ମାନସିକ ବ୍ୟକ୍ତିଙ୍କ ଦ୍ୱାର ଦେଶରେ ୧୩ କିମ୍ବା ୨୧ ଦିନିଆ ଦଣ୍ଡୁଆ ଦଳ ଧୂଳିଦଣ୍ଡ ଜଳଦଣ୍ଡ ସହ ରୁଦ୍ରଙ୍କ ଅଂଶ ବିଶେଷ କାଳୀଙ୍କ ପଟ୍ଟଚିତ୍ର ଶୋଭାଯାତ୍ରାରେ ଝୁଣାର ଅଗ୍ନିପିଣ୍ଡୁଳା ସୃଷ୍ଟି କରି ମଧ୍ୟରାତ୍ରୀରେ ଢେ଼ାଲର ତାଳେ ତାଳେ ଉଦଙ୍ଗ ନୃତ୍ୟ କରି କର୍ତାଙ୍କ ନିକଟକୁ ଆସି ପାରମ୍ପାରିକ ରିତିନୀତିରେ ପୂଜାଅର୍ଚ୍ଚନା ପୂର୍ବକ କର୍ତାଙ୍କ ମନବାଂଛା ପୂର୍ଣ୍ଣ ପାଇଁ ସମବେତ ଦଣ୍ଡୁଆମାନେ ଆଶିର୍ବାଦ ପ୍ରଦାନ କରି ଭିକ୍ଷା ଗ୍ରହଣ କରିଥାନ୍ତି ଏବଂ ପୂର୍ବ ନିମନ୍ତ୍ରଣ ଅନୁସାରେ ଅନ୍ୟତ୍ର ଯାଇଥାନ୍ତି ।

Advertisement