Thursday, September 24, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ ନ ବ୍ୟାପିବା ପାଇଁ ବିଭିନ୍ନ ପଦକ୍ଷେପ

ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଭାଇରସ ନ ବ୍ୟାପିବା ପାଇଁ ବିଭିନ୍ନ ପଦକ୍ଷେପ

715
ADVERTISEMENT

ପାରଳାଖେମୁଣ୍ଡି,୧୬।୩(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ କରୋନା ଭାଇରସ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଜରୀଆରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି। ବିଭିନ୍ନ ସଭା, ଜନ ସମାବେଶ ଓ ମେଳାକୁ ବନ୍ଧ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଧ କରିବା ସହ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରଖାଯାଇଛି। ସାମାଜିକ ଓ ଧାର୍ମିକ ଉତ୍ସବକୁ ଠିକ୍ ଭାବେ ନିୟନ୍ତ୍ରଣ ରଖି ପରିଚାଳନା କରିବା ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସମସ୍ତ ସିନେମା ହଲ, ସପିଙ୍ଗ ମହଲ, ଜିମ୍ ଗୁଡିକ ବନ୍ଧ ରଖାଯାଇଛି। ସେହିପରି ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ମାନଙ୍କୁସଚେତନତା କରାଇବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମିଶନ ଶକ୍ତି ପକ୍ଷରୁ ଛୋଟ ଛୋଟ ସଭା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀରେ ମାଆ ମାନଙ୍କୁ ସଚେତନ କରାଇବା ପାଇଁ ନିଷ୍କତି ନିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରା ଅଞ୍ଚଳ ଓ ଗ୍ରାମ ଅଞ୍ଚଳରେ ବିଭିନ୍ନ ଜନଗହଳି ସ୍ଥାନରେ ହୋଡିଂ ଲଗାଇବା ବ୍ୟବସ୍ଥା କରାଯାଇଛି। ମୁଖ୍ୟତ ପର୍ଯ୍ୟଟନ କ୍ଷେତ୍ର କୁହାଯାଉଥିବା ଚନ୍ଦ୍ରଗିରି ବୌଦ୍ଧ ମନ୍ଦିର ଓ ଗଣ୍ଡାହାତୀ ଜଳ ପ୍ରପାତକୁ ପର୍ଯ୍ୟଟନ ଯିବା ପାଇଁ ରୋକ ଲଗାଯାଇଛି। ଏହି ଭାଇରସ ଉପରେ ଭୁଲ ସୂଚନା ଦେବା ବ୍ୟକ୍ତିଙ୍କୁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ବିଦେଶରୁ ଫେରିଥିବା ଗୋଷାଣି ଓ ମୋହନା ବ୍ଲକର ୧୧ ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ନିରୀକ୍ଷଣରେ ରଖାଯାଇଛି। ମୁଖ୍ୟ ଚିକିତ୍ସାଳୟରେ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ଖୋଲିବାକୁ ନିଦ୍ଦେର୍ଶ ଦିଆଯାଇଛି। ଟିୟୁସୁନ ବା କୋଚିଂ ସେଣ୍ଟର ବନ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଛୋଟ ବାଦ୍ଧି କରାଯିବା ସହ ଯେଉଁ ମାନେ ଛୋଟରେ ଅଛନ୍ତି ସେମାନଙ୍କ ମଧ୍ୟ ନିଜ କର୍ମ କ୍ଷେତ୍ରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାନଟାରଜ ଓ ମାସ୍କ କିପରି ଚଢାଦରରେ ବିକ୍ରି ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ସ୍କାଡ ତିଆରି କରାଯାଇଛି। ଏହି ସମସ୍ତ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ମୋଟ ୭ ଗୋଟି ବ୍ଲକରେ ୭ ସ୍କାଡ ଓ ପାରଳାଖେମୁଣ୍ଡି ଗୋଟାଏ ଏହିପରି ମୋଟ ୮ଟି ସ୍କାଡ ଜିଲ୍ଲାରେ ଗଠନ କରାଯାଇଥିବା ଜଣା ପଡିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Advertisement