ବ୍ରହ୍ମପୁର,୧୬।୩(ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯୟ ଭାବେ ଘୋଷଣା କରିଥିବା ବେଳେ ଗଂଜାମ ଜିଲ୍ଲାରେ ଏହି ରୋଗ ଯେପରି ନ ବ୍ୟାପେ ସେନେଇ ଜିଲ୍ଲା ପ୍ରଶାସନ ଗୋଟିଏ ପରେ ଗୋଟେ ଆଗୁଆ ପ୍ରତିକାର ଗ୍ରହଣ କରୁଛନ୍ତି । ଜନଗହଳି,ଯାତ୍ରାମହୋତ୍ସବ ବିବାହ ,ବ୍ରତ ଭୋଜି ଶୋଭାଯାତ୍ରା ପ୍ରଭୃତି ଉପରେ ଆଗରୁ କଟଗଣା ଜାରି କରାଯାଇ ସମଗ୍ର ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି ।ରାଜ୍ୟ ସରକାର ଆଜି ସମସ୍ତ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଗୁଡିକ ଚଳିତ ମାସ ୩୧ ତାରିଖ ଯାଏଁ ବନ୍ଦ କରିଛନ୍ତି ।ଆଜି ବ୍ରହ୍ମପୁର ସହରାଞ୍ଚଳ ଜନ ଗହଳି ପୁର୍ଣ୍ଣ ବଡ଼ବଜ଼ାର , ସାନବଜ଼ାର , ଅନପୂର୍ଣ୍ଣା ମାର୍କେଟ ସମେତ ସହରର ବଡ଼ ବଡ଼ ମଲ ବ୍ୟବସାୟ ପ୍ରତିଷ୍ଠାନକୁ ବନ୍ଦ କରାଯାଇଛି । ବିଶେଷ କରି ଦୈନିକ କୋଟିଏରୁ ଅଧିକ ବ୍ୟବସାୟ କାରବାର ହେଉଥିବା ଗାନ୍ଧିନଗର ସାଇ କମ୍ପ୍ଲେକ୍ସ ବଡ଼ବଜ଼ାର ସୁନା ରୂପା ଦୋକାନ ,ହୋଲସେଲ ଲୁଗା ଦୋକାନ ଏବଂ ବିଶେଷ ମାର୍କେଟ କାରବାରକୁ ନିଷିଦ୍ଧ କରାଯାଇଛି ।ଏଥିରେ କରୋନା ଜୀବାଣୁ ସଂକ୍ରମିତ ହେବାକୁ ରୋକା ଯାଇ ପାରିବ ବୋଲି ପ୍ରଶାସନ ବିଶ୍ୱାସ କରିଛି । ଏହା ଛଡା ଏହି ରୋଗ ପ୍ରତି ସଚେତନତା ସୃଷ୍ଠି କରିବା ପାଇଁ ବ୍ଲକ ଏବଂ ପଂଚାୟତ ସ୍ଥରରୁ ବ୍ୟାପକ ଉଦ୍ୟମ କରାଯାଇ , ଗୋଟିଏ ସ୍ଥାନରେ ସଂଖ୍ୟାଧିକ ବ୍ୟକ୍ତି ଏକତ୍ରିତ ନହେବା ନେଇ ପରାମର୍ଶ ଦିଆଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ,ପୋଲିସ ପ୍ରଶାସନ ଏବଂ ସର୍ବୋପରି ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ରୋଗର ନିରାକରଣ ପାଇଁ ଜିଲ୍ଲାପାଳ ନିଜେ ସହରର ଗଳିକନ୍ଦି ବୁଲି ଲୋକଙ୍କୁ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ହେଉଥିବା ଲକ୍ଷ କରାଯାଇଛି । ଏହା ଛଡା ବେଆଇନ ପଲିଥିନ ବିକ୍ରି ଏବଂ ଗଛିତ ରଖିବା ଦୋକାନ ପରିବେଶକୁ ଅପରିଷ୍କାର କରିବା ଅଭିଯୋଗରେ ମଧ୍ୟ ଜିଲ୍ଲାପାଳ କର୍ତ୍ୟୁପକ୍ଷଙ୍କ ସହ ମିଳିତ ଭାବେ ଜୋରିମାନା କରୁଥିବା ଆମ ପ୍ରତିନିଧି ଇ.ରଞ୍ଜନ ଠାରୁ ପ୍ରାପ୍ତ ଏକ ସୂଚନାରୁ ଜଣାପଡିଛି ,କୀଟନାଶକ ବିଶୋଧନରେ ସଦାସର୍ବଦା ହାତ ଧୋଇବା ମାସ୍କ ପିନ୍ଧିବା ସହ ଗୁଜବକୁ ବିଶ୍ୱାସ ନ କରିବା ପାଇଁ `ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

















