କୁକୁଡାଖଣ୍ଡି,୧୫।୩(ଇ.ରଞ୍ଜନ ):କୁକୁଡାଖଣ୍ଡିରେ ନୂତନ ଭାବେ ଯୋଗଦେଇଥିବା ତହସିଲଦାର ଇପସିତା ପ୍ରିୟଦଶନୀ ମିଶ୍ର କୁକୁଡାଖଣ୍ଡି ତହସିଲ ଅଧିନରେ ବେଆଇନ ଭାବେ ଚାଲିଥିବା ମୋରମ ଚାଲାଣ ଉପରେ ରାତି ଅଧିଆ ଚଢଉ ଜାରି କରିଛନ୍ତି ।ଶନିବାର ନିମଖଣ୍ଡି ଅଞ୍ଚଳରେ ଚଢଉ କରି ୨ଟି ଟ୍ରାକ୍ଟର,ଗୋଟିଏ ଜେସିବି ଏବଂ ରବିବାର ସନ୍ଧ୍ୟା ରେ ଜଗଦଳପୁର ଗ୍ରାମରେ ଚାଲିଥିବା ପିଲାଖାଇ ନାମକ ପୋଖରୀ ନିକଟରେ ଗତକିଛି ଦିନଧରି ମୋରମ ଚାଲନକୁ ଆଜି ଅତର୍କିତ ଚଢଉ କରି ୩ଟି ଟ୍ରାକ୍ଟର ସହ ଗୋଟିଏ ଜେସିବି ଜବତ କରିଛନ୍ତି।ବ୍ଲକର ବିଭିନ୍ନ ସ୍ଥାନରେ ରାତି ଅଧିଆ ମୋରମ ବେଆଇନ ଭାବେ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ରାତି ଅଧିଆ ଚଢଉ କରୁଥିବା ସୂଚନା ଦେଇଛନ୍ତି ।

















