Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପୈାର ନିର୍ବାଚିନରେ ଲାଢିବ ଆମ୍ ଆଦମୀ ପାଟି

ପୈାର ନିର୍ବାଚିନରେ ଲାଢିବ ଆମ୍ ଆଦମୀ ପାଟି

322
ADVERTISEMENT

ପାରଳାଖେମୁଣ୍ଡି, ୧୫।୩(ପ୍ରଭାତ କୁମାର ପାତ୍ର ): ଆସନ୍ତା ପୈାରା ଅଞ୍ଚଳ ନିର୍ବାଚିନରେ ପ୍ରାଥୀ ଦେବ ଆମ୍ ଆଦମୀ ପାଟି। ଗଜପତି ଜିଲ୍ଲାର ଉଭୟ ପାରଳାଖେମୁଣ୍ଡି ପୈାରପରିଷଦ ଏବଂ କାଶିନଗର ବିଞାପିତ ଅଞ୍ଚଳ ପରିଷଦ ନିର୍ବାଚନରେ ପ୍ରାର୍ଥୀ ଦେବ। ଏଥିପାଇଁ ଦଳପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ଶନିବାର ଦିନ ଓମ୍ ଶାନ୍ତି କଲୋନ ସ୍ଥିତ ଆପ୍ ଜିଲ୍ଲା ଆବାହକ ଶିଶିର ଭଞ୍ଜ ସାମନ୍ତଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଦୁନୀତୀ ବିରୋଧରେ ଲଢେଇ କରିବା ପାଇଁ ଦଳର ଯେଉଁ ଆଭିମୁଖ୍ୟ ରହିଛି ତାହାକୁ ଆଧାର କରି ହିଁ ଦଳ ଏହି ନିର୍ବାଚନ ଲଢିବ ବୋଲି ଜିଲ୍ଲା ଆବାହକ ସୃଷ୍ଟ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ନିର୍ମାଣ ପାଇଁ ତୃଣମୂଳ ସ୍ତରରୁ ସଦସ୍ଯତା ସଂଗ୍ରହ ଅଭିଯାନ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଅନେକ ବର୍ତ୍ତମାନ ସଦସ୍ୟତା ଗ୍ରହଣ କଲେଣି ଏବଂ ଏହି ପ୍ରତୀକ୍ରିୟା ଆସନ୍ତା ୨୩ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆପ୍ ନେତା ପ୍ରଶାନ୍ତ ମିଶ୍ର, ଶୈଳବାଳା ପଣ୍ଡା, ଦେବେନ୍ଦ୍ରନାଥ ଜମିଦାର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଟି. କ୍ରୀଷ୍ଣା, ସାଗର କଳିଙ୍ଗ ଓ ଲୋକନାଥ ଭୁକ୍ତା ପ୍ରମୁଖ ଦଳରେ ସାମିଲ ହୋଇଥିଲେ।

Advertisement