ଆସିକା,୧୫।୩(କାଳୁ ଚରଣ ପାତ୍ର): ରବିବାର ଦିନ ଆସିକା ଉପକଣ୍ଠସ୍ଥ ପୁଡ଼ୁଗେଶ୍ଵରର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ସୁରେନ୍ଦ୍ରନାଥପାତ୍ର ଓ ଶିବରାମ ପ୍ରଧାନଙ୍କ ଅଧ୍ୟକ୍ଷତାରେ କରୋନା ଭାଇରସର ମୁକାବିଲା ନିମନ୍ତେ ଏକ ଜରୁରି କାଳିନ ବୈଠକ ହୋଇଯାଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ନିଜର କାୟା ବିସ୍ତାର କରିଥିବା ବେଳେ ଏଥିରେ ବହୁଲୋକଙ୍କ ମୃତ୍ୟୁ ହେବା ସହ ବର୍ତ୍ତମାନ ମଧ୍ୟ ଅନେକ ଲୋକ କରୋନା ରୋଗର ଶିକାର ହେଉଛନ୍ତି । ତେଣୁ କରୋନା ଭଳି ମହାମାରି ଭାଇରସକୁ କିଭଳି ଜନ ସମାଜଠାରୁ ଦୁରେଇ ରଖାଯିବ ସେଥିପ୍ରତି ସ୍ୱଚ୍ଛତାକୁ ଆଖିଆଗରେ ରଖି ଗଞାମ ଜିଲ୍ଲାର ୨୨ଟି ବ୍ଳକ୍ ରେ ସ୍ୱଚ୍ଛଭାରତ ମିଶନ ତରଫରୁ ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟରତ କରୁଥିବା ଜି.ପି ମନିଟରମାନେ ଅଣ୍ଟା ଭିଡି ଛିଡାହୋଇଛନ୍ତି । ଏହି ବୈଠକରେ ଗଞାମ ଜିଲ୍ଲା ସ୍ୱଚ୍ଛଭାରତ ମିଶନର ଜିଲ୍ଲା ଟ୍ରେନର, ତାରିଣି ଚରଣ ଭୂୟାଁ, ଲକ୍ଷ୍ମି ନାୟକ, ସଞ୍ଜୟକୁମାର ମହାରଣା, ସମେତ କାଳଷଣ୍ଢପୁର ଜି.ପିମନିଟର କାଳୁଚରଣ ପାତ୍ର, ଖାରିଆ ପଞ୍ଚାୟତର ସାଗର କୁମାର ପାତ୍ର , ଭଗବାନ ସ୍ୱାଇଁ ,ଏମିତି ପ୍ରାୟ ୨୦୦ ରୁ ଅଧିକ ଜି.ପି . ମନିଟର ଉପସ୍ଥିତ ଥିଲେ ।

















