Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କୁଆଁପଡା ସେତୁରେ ଧମକପୂର୍ଣ୍ଣ ପୋଷ୍ଟର

କୁଆଁପଡା ସେତୁରେ ଧମକପୂର୍ଣ୍ଣ ପୋଷ୍ଟର

356
ADVERTISEMENT

ରା -ଉଦୟଗିରି,୧୫।୩(ସାହେବ ନାୟକ): ଗଜପତିଜିଲ୍ଲା ରା ଉଦୟଗିରି ବ୍ଲକ ଛେଳିଗଡ଼ ନିକଟସ୍ଥ କୁଆଁପଡା ସେତୁରେ ଏକ ଧମକ ପୂର୍ଣ୍ଣ ପୋଷ୍ଟର ମରାହୋଇଥିବା ଦେଖିବାକୁ ମିଳିଛି l ଏହି ପୋଲ ଉପରେ ଯାତାୟାତ କରିବା ପାଇଁ ମନା କରାଯାଇଅଛି l ଏହି ପୋଷ୍ଟରେ ଉଲେଖ କରାଯାଇଅଛି ଯେ ସୂଚନା ମୁତାବକ ପୋଲଟି ବ୍ଲାଷ୍ଟ ହେବାର ସମ୍ଭାବନା ରହିଥିବା ପୋଷ୍ଟ ରୁ ସୂଚନା ମିଳୁଛି, ଅଧିକ ଜାଣିବା ପାଇଁ ଯୋଗାଯୋଗ ନମ୍ବର ୯୪୩୮୦୧୨୮୬୦କୁ ଉଲ୍ଲେଖ କରାଯାଇଛି l ତେବେ ପୋଷ୍ଟରେ ଲେଖାଯାଇଥିବା ମୋବାଇଲ ନମ୍ବର ଟି ରା. ଉଦୟଗିରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ରତିରଞ୍ଜନ ପାତ୍ର ବୋଲି ଜଣାପଡିଛି l ପୋଷ୍ଟର ମରାକୁ ନେଇ ରା. ଉଦୟଗିରି ଥାନାରେ କନିଷ୍ଠ ଯନ୍ତ୍ରୀ ଏତଲା ଦେଇଛନ୍ତି l ଏସପି ସାରା ଶର୍ମା ନିର୍ଦେଶ କ୍ରମେ ଘଟଣା ସ୍ଥଳରେ ପୋଲିସ ଓ ସ୍ପେସିଆଲ ଟିମ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l

Advertisement