Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ଜଗଦଳପୁର ପାରିବାରିକ କଳହରୁ ଜ୍ବାଇଁକୁ ହାଣିଲା ଶଳା

ଜଗଦଳପୁର ପାରିବାରିକ କଳହରୁ ଜ୍ବାଇଁକୁ ହାଣିଲା ଶଳା

1030
ADVERTISEMENT

କୁକୁଡାଖଣ୍ଡି, ୧୪।୩(ଇ.ରଞ୍ଜନ) : ସଦରଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପାରିବାରିକ କଳହକୁ ନେଇ ଜ୍ବାଇଁ କୁ ହାଣିଛି ଶଳା ।ଆକ୍ରମଣକାରୀ ଶଳା,ଶାଶୁ,ସ୍ତୀ ଏବଂ ଜଣେ ନିର୍ବାଚୀତ ସମିତିସଭ୍ୟ ଜନପ୍ରତିନିଧିକଂ ସ୍ବାମୀ କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ସଦରଥାନା ପୋଲିସ।ଘଟଣାରୁ ପ୍ରକାଶ ଯେ ଜଗଦଳପୁର ଗ୍ରାମର ଧୋବାସାହିର ବୀଣା ସେଠି ନାମ କ ଜଣେ ବ୍ୟକ୍ତି ସେ ଡ୍ରାଇଭର ଭାବେ କାର୍ଯ୍ୟକରୁଥିବା ବେଳେ ଗୋସାଣିନୂଆଗାଁ ଅଞ୍ଚଳରେ ବିବାହ କରିଥିଲେ।ତାଙ୍କର ୨ଟି ପିଲା ରହିଥିବା ବେଳେ l ବିଣା ପୁଣିଥରେ ପ୍ରଥମ ସ୍ତ୍ରୀ ର ଜଗଦଳପୁର ଗ୍ରାମର ସଂପକୀୟ ଭଉଣୀ କୁ ଦ୍ବିତୀୟ ବିବାହ କରିଥିଲେ।ଦ୍ବିତୀୟ ସ୍ତ୍ରୀ ଙ୍କର ମଧ୍ୟ ଗୋଟିଏ ଛୁଆ ରହିଛି। ଶୁକ୍ରବାର ବିଣା ମଦ୍ୟପାନ କରି ଘରେ ପାଟିତୁଣ୍ଡ କରିବାରୁ ଏଥିରେ ଉତଷିପ୍ତ ହୋଇ ବିଣାଙ୍କ ଶଳା ସନ୍ତୋଷ ସେଠୀ ଏକ କାତି ଯୋଗେ ବିଣାର ହାତ ଓ ମୁଣ୍ଡକୁ ହାଣି ଥିଲା ଖବର ପାଇ ନିମଖଣ୍ଡି ଫାଣ୍ଡି ଅଧିକାରୀ ଧୋବାସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଣାକୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭତ୍ତି କରିଥିଲେ ,ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ଅନ୍ୟପଷେ ବିଣାଙ୍କ ଦ୍ବିତୀୟ ସ୍ତ୍ରୀ ଙ୍କ ସହ ପ୍ରେମ ସମ୍ପର୍କ ଥିବା ଅଭିଯୋଗ ଆସିବା ପରେ ପୋଲିସ ଜଣେ ନିର୍ବାଚିତ ଜନ ପ୍ରତିନିଧି ଙ୍କ ସ୍ବାମୀ କୁ ମଧ୍ୟ ଅଟକ ରଖି ପଚରାଉଚୁରା କରୁଛି। ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ବିଣାକୁ ଆକ୍ରମଣ କରାଯାଇଥିବା ନେଇ ଗ୍ରାମରେ ଚର୍ଚ୍ଚା ହେଉଛି। ପୂର୍ଵରୁ ବିଣା କରାପଲ୍ଲୀରେ ରହୁଥିବା ବେଳେ ଜଗଦଳପୁର ଗ୍ରାମକୁ ଶୁକ୍ରବାର ଆସିଥିଲେ। ନିଜ ଭାଇକୁ ଆକ୍ରମଣ କରିଥିବା ନେଇ ସୁବାଶ ସେଠୀ ସଦରଥାନାରେ ଅଭିଯୋଗ କରିଥିଲେ। ପୋଲିସ ଥାନାରେ ୩୨୬,୩୦୭,୩୪ ଆଇପିସିରେ ଥାନାରେ କେସ ନଂ ୮୦/୨୦ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଏସଆଇ ବିଭୂତି ସେଠୀ ସୂଚନା ଦେଇଛନ୍ତି।

Advertisement