କୁକୁଡାଖଣ୍ଡି,୧୪।୩(ଇ.ରଞ୍ଜନ) : ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଛି। ଏଥିନେଇ ଓଡିଶା ସରକାର ନିଦ୍ଦେର୍ଶ ଅନୁଯାଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦ୍ଦେର୍ଶରେ କୁକୁଡ଼ାଖଣ୍ଡି ବ୍ଲକ ପରିସରରେ ଆସି ଡିସି ସମ୍ମିଳନୀ କକ୍ଷରେ କରୋନା ଭାଇରସକୁ ବିଷୟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ଆଜିମାଧ୍ୟାନ୍ନ ସମୟରେ ବ୍ଲକ ପରିସରରେ ସରପଞ୍ଚ ମାନଂକୁ ନେଇ ଗ୍ରାମାଞ୍ଚଳ ଲୋକଙ୍କୁ ଏହି ମାରାତ୍ମକ ରୋଗରୁ କିଭଳି ରକ୍ଷା ପାଇବେ ସେଥିନେଇ ବ୍ଲକ ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନ ନେଇ ଏହି ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ପାତ୍ର, ଉପାଧକ୍ଷା ଲକ୍ଷ୍ମୀପ୍ରିୟା ସାହୁ, କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଯୋଗଦେଇ ବର୍ତ୍ତମାନ ବ୍ୟାପିଥିବା କରୋନା ଭାଇରସ ପାଇଁ କେନ୍ଦ୍ର ସରକାର ଏକ ତତ୍ପରତା ସହ ଲୋକ ସମାଗମ ହେଉଥିବା ସ୍ଥଳ ମାନଙ୍କରେ ବିଡନରହିବା ନିମନ୍ତେ ଘୋଷଣା କରିବା ସହ ଏଥିପାଇଁ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି ତଦନୁଯାଇ ସମସ୍ତ କାର୍ଯ୍ୟର ତଦାରଖ କରିବା ନିମନ୍ତେ ଜିଲ୍ଲା ଜିଲ୍ଲାପାଳଙ୍କୁ ସରକାରଙ୍କ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଛି। ଏହି ନିୟମ ଅନୁସାରେ ସମସ୍ତ ଶିକ୍ଷା ଅନୁଷ୍ଠାନ ଆସନ୍ତା ୩୧ ଏପ୍ରେଲ ପର୍ଯ୍ୟନ୍ତ ବନ୍ଧ ରହିବ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ.ଗିରିଧାରୀ ଅବଗତ କରିବା ସହ ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ ତାହା ସେହି ଦିନମାନଙ୍କରେ ଖୋଲା ରହିବ ପିଲା ପରୀକ୍ଷା ଦେଇପାରିବେ । ସେହିପରି ଏହି ରୋଗ କାହା ସମ୍ପର୍କରେ ଆସେ ତାହା ହେଲେ l ଏହି ରୋଗ ଠାରୁ ଦୂରରେ ରହିବା ସହ ନିୟମିତ ହାତ ଧୋଇବା ସହ ମୁହଁ ରେ ପଟ୍ଟୀ ବ୍ୟବହାର ପାଇଁ ଗ୍ରାମାଞ୍ଚଳ ମାନଙ୍କ ରେ ସଚେତନ କରାଇବା ନିମନ୍ତେ ବୈଠକରେ ଆଲୋଚନା କରିଥିଲେ l ଏହି ବୈଠକ ରେ ସମସ୍ତ ସରପଞ୍ଚ ଓ ବ୍ଲକ କର୍ମକର୍ତ୍ତା ଯୋଗଦେଇଥିଲେ l


















