Wednesday, November 18, 2026
ADVERTISEMENT
Home ଆଞ୍ଚଳିକ କରୋନା ନେଇ ଗଜପତି ଜିଲ୍ଲା ପ୍ରଶାସନର ତତ୍ତ୍ଵରତା

କରୋନା ନେଇ ଗଜପତି ଜିଲ୍ଲା ପ୍ରଶାସନର ତତ୍ତ୍ଵରତା

243
ADVERTISEMENT

ପାରଳାଖେମୁଣ୍ଡି,୧୪।୩(ପ୍ରଭାତ କୁମାର ପାତ୍ର): ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଛି । ଏଥିନେଇ ଓଡିଶା ସରକାର ନିର୍ଦ୍ଦେଶ ଅନୁଯାଇ ଗଜପତି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଗଜପତି ଜିଲ୍ଲାର ସମସ୍ତ ଶିକ୍ଷା ଅନୁଷ୍ଠାନ, ସିନେମା ହଲ ଆଜିଠାରୁ ବନ୍ଧ ହୋଇଛି । ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କରୋନା ଭାଇରସକୁ ନେଇ ‘କୋଭିଡ୍-୧୯’ ବିଷୟରେ ତଥ୍ୟ ଉପସ୍ଥାପନ କରିବା ପାଇଁ ଏକ ଜରୁରି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଅନୁପମ ଶାହା ଯୋଗଦେଇ ବର୍ତ୍ତମାନ ବ୍ୟାପିଥିବା କରୋନା ଭାଇରସ ପାଇଁ ରାଜ୍ୟ ସରକାର ବର୍ତ୍ତମାନ ତାକୁ ରାଜ୍ୟର ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ଏଥିପାଇଁ ‘କୋଭିଡ୍-୧୯’ ଯେଉଁ ନିୟମାବଳୀ ପ୍ରସ୍ତୁତ କରିଛନ୍ତି । ତଦନୁଯାଇ ସମସ୍ତ କାର୍ଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଛି । ସମସ୍ତ ଶିକ୍ଷା ଅନୁଷ୍ଠାନ ଆସନ୍ତା ୩୧/୦୩/୨୦ ପର୍ଯ୍ୟନ୍ତ ବନ୍ଧ ରହିବ । କେବଳ ପରୀକ୍ଷା ଥିଲେ ତାହା ସେହି ଦିନମାନଙ୍କରେ ଖୋଲା ରହିବ। ସେହିପରି ଜନ ସଂଖ୍ୟା ସମାଗମ କାର୍ଯ୍ୟକ୍ରମ ବନ୍ଧ ରଖାଯିବ କୁହାଯାଇଛି। ଏହି ରୋଗ ଠାରୁ ଦୂରରେ ରହିବା ପାଇଁ ବିଭିନ୍ନ ବିଭାଗର ପକ୍ଷରୁ କିପରି ସଚେତନ କରାଯିବ ସେ ବିଷୟରେ ମଧ୍ୟ ଏହି ବୈଠକରେ ଆଲୋଚନା ହୋଇଥିଲା। ମୁଖ୍ୟତଃ ଏହି ବୈଠକରେ ରାଜ୍ୟ ସରକାରଙ୍କ ‘କୋଭିଡ୍-୧୯’ ନିୟମାବଳୀ ଜିଲ୍ଲାରେ କିଭଳି ସଫଳତା ସହ କାର୍ଯ୍ୟ ହେବ ସେ ବିଷୟରେ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ସହ ଜିଲ୍ଲାର ସମସ୍ତ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Advertisement